କନକ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ ।

Advertisment

ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ଏଣିକି ବିୟର ପାର୍ଲରରେ ୱାଇନ୍ ଉପଲବ୍ଧ ହେବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ ରହିଛି । ଆସନ୍ତା ଏପ୍ରିଲ୍ ପହିଲାରୁ ଏହାକୁ ଲାଗୁ କରାଯିବ ।

- କୌଣସି ମଦ ଦୋକାନରେ ‘ସରକାରୀ’ ଉଲ୍ଲେଖ ରହିବ ନାହିଁ
- ସାଇନ୍ବୋର୍ଡରେ ‘ସ୍ୱୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ
- ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରହିପାରିବ ନାହିଁ
- ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ
- ଖୋଲିବା ଏବଂ ବନ୍ଦ ହେବା ସମୟ ଉଲ୍ଲେଖ କରିବେ
- ମଦ କିଣିବାକୁ ଥିବା ଲୋକର ବୟସ ସମ୍ବନ୍ଧରେ ଲେଖାଯିବ
- ମଦ୍ୟପାନ ‘ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ
- ପୂର୍ବଭଳି ହୋମ୍ ଡେଲିଭରି ଜାରିରହିବ
- କୋଭିଡ୍ ପାଇଁ ‘ସାମାଜିକ ଦୂରତା’ ନିୟମ ବଳବତ୍ତର ରହିବ