ଗତ ୨୪ ଘଣ୍ଟାରେ ୬୬୪୭ ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ ଚିହ୍ନଟ

181

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ତୃତୀୟ ଦିନ ପାଇଁ ୬ ହଜାର ଉପରେ ରହିଛି କରୋନା ଗ୍ରାଫ୍ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୬୪୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି । ସଂଗରୋଧ କେନ୍ଦ୍ରରୁ ୩ହଜାର ୮୫୫ ଜଣ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୨ ହଜାର ୭୯୨ ରହିଛି । ସବୁଠାରୁ ଅଧିକ ୧୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ସୁନ୍ଦରଗଡରୁ ୭୮୮ ଓ ନୂଆପଡାରୁ ଅଛନ୍ତି ୫୫୯ ପଜିଟିଭ୍ ।

ସେହିପରି ପୁରୀରୁ ୩୯୫,କଳାହାଣ୍ଡିରୁ ୩୬୧,ଝାରସୁଗୁଡ଼ାରୁ ୩୪୩, କଟକରୁ ୩୩୬, ବରଗଡ଼ରୁ ୨୯୦, ବଲାଙ୍ଗୀର ୨୩୪, ନବରଙ୍ଗପୁରରୁ ୨୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ଟି ଜିଲ୍ଲାରେ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ୧୭ଟି ଜିଲ୍ଲାରେ ୩ଅଙ୍କ ଛଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୧ ହଜାର ୩୪୧ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୩ ହଜାର ୩୦୪ ରହିଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୬ ହଜାର ୩ଜଣ ।