ଦେଶରେ ଡିଜିଟାଲ ବ୍ୟବସାୟରେ ନୂଆ ଅଧ୍ୟାୟ: ରିଟେଲ ଇ-ରୁପି ସେବାର ପରୀକ୍ଷଣ ଆରମ୍ଭ

173

କନକ ବ୍ୟୁରୋ: ଆରବିଆଇ ଜାରି କରିଲା ଡିଜିଟାଲ ଖୁଚୁରା ଟଙ୍କା । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରରେ ଇ-ରୁପି ବା ଡିଜିଟାଲ କରେନ୍ସିର ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ, ଦିଲ୍ଲି, ବେଙ୍ଗାଲୁର ଓ ଭୁବନେଶ୍ୱରରେ ଡିଜିଟାଲ କରେନ୍ସି ଲଂଚ ହୋଇଛି ।ଏହାର ନାଁ ରହିଛି ସିବିଡିସ ବା ଇ-ରୁପି । ଇଟଙ୍କା ଆନ୍ତଃ ବଜାରକୁ ଅଧିକ ମଜବୁତ କରିବ ବୋଲି ଆଶା ରହିଛି ।

ଆରବିଆଇ ଜାରି କରିଲା ଡିଜିଟାଲ ଖୁଚୁରା ଟଙ୍କା । ପରୀକ୍ଷା ମୂଳକ ଭାବେ ଦେଶର ୪ଟି ସହରରରେ ଇ-ରୁପି ବା ଡିଜିଟାଲ କରେନ୍ସିର ସେବା ଆରମ୍ଭ ହୋଇଛି । ଅର୍ଥନୀତି ବିଶେଷଜ୍ଞ କହିଛନ୍ତି କି ଇ-ରୁପି ଡିଜିଟାଲ ଅର୍ଥନୀତିକୁ ଅଧିକ ମଜୁବତ କରିବ । ଡିଜିଟାଲ ରୁପିରେ ଇ-ଟ୍ରାନଜସକସନ ସୁବିଧାଜନକ ହେବ । କିଛି ଦିନ ପୂର୍ବରୁ ଆରବିଆଇ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ ପରୀକ୍ଷଣ କରିସାରିଛି । ଏହି ଇ-ଟଙ୍କାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇପାରିବ । ନଗଦରେ ପରିଣତ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଏହାକୁ ଲଂଚ କରାଯାଇଛି । ୨ୟ ପର୍ଯ୍ୟାୟରେ ଅହମ୍ମଦାବାଦ, ଗ୍ୟାଙ୍ଗଟକ୍, ଗୌହାଟୀ, ହାଇଦ୍ରାବାଦ, ଇନ୍ଦୋର,କୋଚି, ଲକ୍ଷେ୍ନø, ସିମଲାରେ ଏହି ସୁବିଧା ଉପଲବ୍ଧ ହେବ

ରିଟେଲ ଇ-ରୁପି ଜାରି
• ଖୁୁଚୁରା/ରିଟେଲ ଡିଜିଟାଲ ଟଙ୍କା ଇ-ଆରର ପ୍ରଥମ ପାଇଲଟ ଲଂଚ୍
• ୪ଟି ବ୍ୟାଙ୍କ ସହ ୪ଟି ସହରରେ ହେଲା ଲଂଚ୍

ମୁମ୍ବାଇ, ଦିଲ୍ଲୀ,ବେଙ୍ଗାଲୁର ଓ ଭୁବନେଶ୍ୱରର ଲୋକମାନେ ଅଂଶଗ୍ରହଣକାରି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଡିଜିଟାଲ ୱାଲେଟ ମାଧ୍ୟମରେ ଇ-ଆର ସହିତ କାରବାର କରିପାରିବେ ।

• ଇ-ଆର ଏକ ଡିଜିଟାଲ ଟୋକନ ଆକାରେ ହେବ
• ଏହା ଆଇନଗତ ଟେଣ୍ଡରକୁ ପ୍ରତିନିଧିତ୍ୱ କରିବ
• ବ୍ୟାଙ୍କ ମାନେ ଏହାକୁ ବଂଟନ କରିବେ
• ପାଇଟଲ ପ୍ରୋଜେଟକ୍ଟରେ ଡିଜିଟାଲ ଟଙ୍କା ସୃଷ୍ଟି, ବଂଟନ ଓ ଖୁଚୁରା ବ୍ୟବହାର ସମ୍ପୂର୍ଣ୍ଣ ପ୍ରକିୟା ଅତି ନିକଟରୁ ଯାଂଚ ହେବ ।
• ଡିଜିଟାଲ ଟଙ୍କା ସହିତ ଏହି କାରବାର କରାଯିବ
• ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯାଇଥିବା ଓ ମୋବାଇଲ ଫୋନ କିମ୍ବା ଡିଭାଇସରେ ଗଚ୍ଛିତ ଡିଜିଟାଲ ୱାେଲେଟ ମାଧ୍ୟମରେ ଉପଭୋକ୍ତାମାନେ ଇଆର ସହିତ କାରବାର ସମର୍ଥ ହେବେ ।
• କାରବାର ଉଭୟ ପର୍ସନ ଟୁ ପର୍ସନ ଓ ବ୍ୟକ୍ତିଙ୍କଠୁ ମର୍ଚ୍ଚାଟଂ ହୋଇପାରେ
• ବ୍ୟବସାୟୀ ସ୍ଥାନରେ କ୍ୟୁଆରକୋଡ ବ୍ୟବହାର କରି ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇପାରେ

ପିଟିସି-ବିଶେଷଜ୍ଞଙ୍କ ମତରେ ଇ-ଟଙ୍କା ମୋବାଇଲ ୱାଲେଟ ପେଟିଏମ ଓ ଗୁଗୁଲ ପେ ଭଳି ନୁହେଁ । ଡିଜିଟାଲ ଟଙ୍କ ବା ଇ-ଟଙ୍କା ପେମେଂଣ ସିଷ୍ଟମର ନୂଆ ତରିକା ଅଟେ । ଏଥିପାଇଁ ଲୋକଙ୍କୁ ବ୍ୟାଙ୍କରୁ ଗୋଟିଏ ଥୀ ଡିଜିଟାଲ ବା ଇ-ଟଙ୍କା କିଣିବାକୁ ପଡିବ । ଏହା ପରେ ୱାଲେଟରୁ ୱାଲେଟ ନେଣଦେଣ କରିହେବ

ଇ-ଟଙ୍କା ପ୍ରଚଳର କାରଣ:
• ଆରବିଆଇ ମତରେ ଇ-ରୁପ ଡିଜିଟାଲ ଅର୍ଥନୀତିକୁ ବୃଦ୍ଧି କରିବ
• ଏହା ନଗଦ ଅର୍ଥନୀତି ହ୍ରାସ କରିବା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ
• ଏହା ଦ୍ୱାରା କାରବାର ଖର୍ଚ୍ଚ ହ୍ରାସ କରିବାକୁ ସାହାଯ୍ୟ କରିବ ।
• ଦେୟ ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହେବ

ଇରୂପି କାରବାର ପାଇଁ ୮ଟି ବ୍ୟାଙ୍କୁ ଚୟନ କରାଯାଇଛି । ପରବର୍ତୀ ସମୟରେ ଏଥିରେ ଆହୁରି ଅଧିକ ବ୍ୟାଙ୍କ ଓ ସହର ସାମିଲ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଚାରୋଟି ବ୍ୟାଙ୍କ ଯଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ,ୟସ୍ ବ୍ୟାଙ୍କ ଓ ଆଇଡିଏଫସି ବ୍ୟାଙ୍କ ସହିତ ୪ଟି ସହରରେ ଆରମ୍ଭ ହୋଇଛି । ନଭେମ୍ବର ମାସରେ ଘୋଷଣା କରିଥିଲା ଆରବିଆଇ । ଇ-ରୁପି ଆସିବା ପରେ ଗୁଗୁଲ ପେ ଓ ପେଟିଏମ ଭଳି ଡିଜିଟାଲ ପେଂମେଟ ସିଷ୍ଟମ ଉପରେ କଣ ପ୍ରଭାବ ପଡିବ?ସାଧାରଣ ଲୋକଙ୍କୁ କି ଫାଇଦା ମିଳିବ? ଆଗାମୀ ଦିନରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।