୩.୪ କୋଟି ଟଙ୍କାର ଚାକିରି ଛାଡିଲେ, ନିଜର ବିଜନେସ୍ ଆରମ୍ଭ କଲେ । କାମରେ ମଜା ନ ମିଳିବାରୁ ଚାକିରି ଛାଡିଦେଲେ ଏହି ବ୍ୟକ୍ତି…

1,107

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଚାକିରି କରି ଜଣେ ବ୍ୟକ୍ତି ବର୍ଷକୁ ୩.୪ କୋଟି ଟଙ୍କା ଆୟ କରୁଥିଲେ । ହେଲେ ଏହାସତ୍ତେ୍ୱ ବି ସେ ଚାକିରି ଛାଡିଦେଲେ । ତାଙ୍କ ଇଚ୍ଛା ଅନୁସାରେ ତାଙ୍କ କାମ ଭଲ ନଲାଗିବାରୁ ସେ ଏପରି କରିଥିଲେ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ସୃଷ୍ଟି ହୋଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ମାଇକେଲ୍ ଲିନ୍ ନାମକ ଜଣେ ବ୍ୟକ୍ତି ୨୦୧୭ ମସିହାରେ ନେଟଫ୍ଲିକ୍ସରେ ଚାକିରି କରିବା ଆରମ୍ଭ କରିଥିଲେ । ଜଣେ ସଫ୍ଟୱୟାର ଇଞ୍ଜିନିୟର ଭାବେ ସେ ନେଟଫ୍ଲିକ୍ସ ପ୍ରମୋସନ୍ ଟିମରେ ଚାକିରି କରିବା ଆରମ୍ଭ କରିଥିଲେ । ଆଉ ଭଲ ରୋଜଗାର ବି କରୁଥିଲେ । ହେଲେ ଏହାପରେ ବି ତାଙ୍କର ଚାକିରି ଛାଡିବା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ଲିନଙ୍କ କହିବା ମୁତାବକ, ପ୍ରଥମେ ପ୍ରଥମେ ତାଙ୍କୁ ନେଟଫ୍ଲିକ୍ସ ବହୁତ ଭଲ ଲାଗୁଥିଲା । ବାର୍ଷିକ ପ୍ୟାକେଜ୍ ଆଉ ସବୁ ସୁବିଧା ବି ମିଳୁଥିଲା । ହେଲେ ୨୦୨୧ ମସିହାରେ ମେ ମାସରେ ସେ ଅଚାନକ ଚାକିରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ଶୁଣିବା ମାତ୍ରକେ ଅନେକ ତାଙ୍କୁ ପାଗଳ ମଧ୍ୟ କହିବା ଆରମ୍ଭ କରିଥିଲେ । ହେଲେ ତାଙ୍କୁ କାମ ଭଲ ନଲାଗିବାରୁ ଶେଷରେ ସେ ଏହି ନିଷ୍ପତ୍ତି ନେଇଥିଲେ ।

ଚାକିରି ଛାଡିବା ପରେ, ଲିନଙ୍କ ଜୀବନ କେମିତି କଟିବ ତାକୁ ନେଇ ସେ ନିଜେ ବି ଦ୍ୱନ୍ଦ୍ୱରେ ଥିଲେ । ହେଲେ ସବୁ ପରେ ବି, ସେ ତାଙ୍କ ନିଜର ବିଜନେସ୍ ଆରମ୍ଭ କରିଥିଲେ । ଆଉ ଏବେ ସେ ତାଙ୍କ କାମକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି । ତେବେ ଜଣେ ବ୍ୟକ୍ତି ୩.୪ କୋଟି ଟଙ୍କାର ଚାକିରି ଛାଡି ଆସି, ବିଜନେସ୍ କରିବା ଖବର ଅନେକଙ୍କୁ ଆଶ୍ଚଯ୍ୟ କରିଛି ।