କନକ ବ୍ୟୁରୋ : ରବିବାର ଦିନ ନେପାଳରେ ହୋଇଛି ମର୍ମନ୍ତୁଦ ବିମାନ ଦୁର୍ଘଟଣଶ । ଲ୍ୟାଣ୍ଡିଂ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାରେ ଶିକାର ହେବାରୁ ୬୮ଜଣ ଯାତ୍ରୀଙ୍କ ସହ ୪ ଜଣ କ୍ୟୁ ମେମ୍ବରଙ୍କର ଜୀବନ ଯାଇଛି । ଦୁର୍ଘଟଣାଗସ୍ତ ବିମାନରେ କୋ-ପାଇଲଟ ଥିବା ଅଞ୍ଜୁ ଖତିବାଡା ଏହି ବିମାନରେ କୋ ପାଇଲଟ ଭାବେ ତାଙ୍କ ଶେଷ ଉଡାଣ କରିଥିଲେ । ଆଜି ଯଦି ଅଞ୍ଜୁ ଠିକ୍ ଠାକ ଭାବେ ବିମାନକୁ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ସେ ଜଣେ କ୍ୟାପଟେନ ଭାବେ ନିଯୁକ୍ତି ପାଇଥାନ୍ତେ । ଏହି କାରଣରୁ ସେ ବରିଷ୍ଠ ପାଇଲଟ ଓ ଟ୍ରେନର କମଲ କେସିଙ୍କ ସହ ଉଡାଣରେ ଯାଇଥିଲେ ।

Advertisment

ଜଣେ ପାଇଲଟ ହେବାକୁ ହେଲେ ତାଙ୍କୁ ଅତି କମରେ ୧୦୦ ଘଣ୍ଟାର ସଫଳ ବିମାନ ଉଡାଣ କରିବାକୁ ପଡିଥାଏ । କୋ -ପାଇଲଟ ଅଞ୍ଜୁ ଏହା ପୂର୍ବରୁ ସଫଳତାର ସହ ନେପାଳର ସବୁ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡିଂ କରିସାରିଥିଲେ । ଆଜି ପୋଖରା ଅଭିମୁଖେ ବିମାନ ଉଡାଣ କରିବା ସମୟରେ ଟ୍ରେନର କମଲ କେସି ଅଞ୍ଜୁଙ୍କୁ ମୁଖ୍ୟ ପାଇଲଟ୍ ସିଟରେ ବସାଇଥିଲେ । ଆଜି ଯଦି ଅଞ୍ଜୁ ସଫଳ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ତାଙ୍କୁ କ୍ୟାପଟେନର ଲାଇସେନ୍ସ ମିଳିଥାନ୍ତି । ମାତ୍ର ଦୁଃଭାଗ୍ୟ କାରଣରୁ ଲ୍ୟାଣ୍ଡିଂ କରିବାର ମାତ୍ର ୧୦ ସେକେଣ୍ଡ ଆଗରୁ ଅଞ୍ଜୁଙ୍କର ସମସ୍ତ ସ୍ୱପ୍ନ ସହ ଜୀବନ ବି ଜଳିଗଲା ।

ସୂଚନା ମୁତାବକ ଟ୍ରେନର କମଲ କେସିଙ୍କୁ ପାଇଲଟ ଭାବେ ୩୫ ବର୍ଷର ଅଭିଜ୍ଞତା ଥିଲା । କେସି ପ୍ରଥମରୁ ଅନେକ ପାଇଲଟଙ୍କୁ ଟ୍ରେନିଂ ଦେଇଛନ୍ତି । କେସିଙ୍କ ଠାରୁ ଟ୍ରେନିଂ ନେଇ ଆଜି ଅନେକ ଟ୍ରେଣ୍ଡ ପାଇଲଟ ଭାବେ ପରିଚୟ ପାଇଛନ୍ତି ।

ଏହି ଦୁର୍ଘଟଣାର ଏକ ସଂଯୋଗ ହେଉଛି କୋ-ପାଇଲଟ ଅଞ୍ଜୁଙ୍କ ସ୍ୱାମୀ ଦୀପକ ପୋଖରେଲଙ୍କର ବି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେ ବି ୟତି ଏୟାରଲାଇନ୍ସର ଜଣେ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ । ୧୬ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ହୋଇଥିଲା ।