କନକ ବ୍ୟୁରୋ: ନେପାଳ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ଏଯାଏଁ ୩୨ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି ।

Advertisment

ସୂଚନା ମୁତାବକ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର ହୋଇଛି । ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିବା ଜଣାପଡିଛି । ଦୁର୍ଘଟଣାରେ ଶିକାର ହୋଇଥିବା ବିମାନଟି ୟେତି ଏୟାରଲାଇନ୍ସର ବୋଲି କୁହାଯାଉଛି ।

ସୂଚନା ମୁତାବକ ୭୨ ଜଣ ଯାତ୍ରୀ କ୍ଷମତା ଥିବା ଏହି ବିମାନଟି ପୋଖରା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାରେ ଶିକାର ହୋଇଛି । ଏବେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏଥିପାଇଁ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।