ଭାରତ ବିରୋଧରେ ବିଷ ଉଗାଳିଲା ନେପାଳ: ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ କହିଲେ, ୩ଟି ଅଂଚଳ ହେଉଛି ନେପାଳ, ଭାରତ କରୁଛି ଅତିକ୍ରମଣ

169

କନକ ବ୍ୟୁରୋ: ନେପାଳରେ ନୂଆ ସରକାର ଗଠନ ହୋଇଛି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପୁଷ୍ପ କମଳ ଦହଲ । ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି ନେପାଳର ନୂଆ ପ୍ରଧାନମନ୍ତ୍ରୀ । ଲିମ୍ପିଆଧୁରା, କାଲାପାନି, ଲିପୁଲେଖକୁ ପୁଣି ଥରେ ନେପାଳରେ ମିଶାଯିବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ । ଏହି ୩ଟି ସ୍ଥାନକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଦୀର୍ଘବର୍ଷ ହେବ ବିବାଦ ଜାରି ରହିଛି ।

ଏଭଳି ସ୍ଥିତିରେ ହଦଲଙ୍କ ଏଭଳି ବୟାନ ଆଗକୁ ଦୁଇ ଦେଶର ତିକ୍ତତାକୁ ବୃଦ୍ଧି କରିବା ଆଶଙ୍କା ରହିଛି । ନିକଟରେ ନେପାଳ ସରକାର କମନ ମିନିମମ ପୋଗ୍ରାମରେ ଏକ ଡକ୍ୟୁମେଂଟାରୀରେ ଏଭଳି ଦାବି କରିଥିବା ଜଣାପଡିଛି । ଡକ୍ୟୁମେଂଟାରୀରେ ନେପାଳ ସରକାର ଏକଥା ମଧ୍ୟ ଦାବି କରିଛନ୍ତି ଯେ କାଲାପାନି, ଲିପୁଲେଖ ଓ ଲିମ୍ପିାଦୁରାରେ ଅତିକ୍ର୍ରମଣ କରିଛି ଭାରତ ଓ ନୂଆ ସରକାର ଏହି ୩ଟି ସ୍ଥାନକୁ ଫେରାଇ ଆଣିବେ । ସବୁଠୁ ବଡ କଥା ହେଉଛି ଯେଉଁ ୩ଟି ସ୍ଥାନକୁ ନେପାଳ ନିଜର ବୋଲି ଦାବି କରି ଆସୁଛି ସେହି ସ୍ଥାନକୁ ଭାରତ ୨୦୧୯-୨୦ ରାଜନୈତିମ ମାନଚିତ୍ରରେ ନିଜର ବୋଲି ଦର୍ଶାଇଥିଲା । ଯାହାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି ।