ପ୍ରେମିକଙ୍କ ଠାରୁ ଅଲଗା ହେବାକୁ ନେଇ ମତ ରଖିଲେ ଗାୟିକା ନେହା କକ୍କର ! କହିଲେ କିଛି ଏପରି । 

861

କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଏବେ ଆଉ ନ ଥିବା ଜଣାପଡ଼ିଛି । ଦୁହେଁ ସମସ୍ତଙ୍କ ଆଗରେ ନିଜର ସଂପର୍କକୁ ଗ୍ରହଣ କରି ନଥିଲେ ମଧ୍ୟ ସେ ଦେଇଥିବା ଇଶାରା ଦୁହିଁଙ୍କ ମଧ୍ୟରେ କିଛି ଥିବା କଥା ପ୍ରମାଣ କରିଥିଲା । ୪ ବର୍ଷ ହେବ ଦୁହେଁ ପ୍ରେମ ସଂପର୍କରେ ଥିବା କଥା ନେଇ ଚର୍ଚ୍ଚା ହୋଇଥିବା ବେଳେ ଏବେ ଦୁହିଁଙ୍କ ବ୍ରେକ୍-ଅପ୍ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ ନେହା ନିଜ ଇନଷ୍ଟା ଆକାଉଣ୍ଟରୁ ହିମାନ୍ସଙ୍କ ସହ ଥିବା ସବୁ ଫଟୋ ହଟାଇଥିବା ବେଳେ ପରେ ଇନଷ୍ଟା ଷ୍ଟାଟସରେ ନିଜ ଦୁଃଖ ଜଣାଇଥିଲେ । ନେହାଙ୍କ ଏ ସବୁ କାମ ପରେ ହିମାନ୍ସ ଏବଂ ତାଙ୍କ ମଧ୍ୟରେ ଥିବା ସଂପର୍କ ଭାଙ୍ଗି ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନେହାଙ୍କ ବୟାନ ଖବରକୁ ସତ ବୋଲି ପ୍ରମାଣ କରିଛି ।

ହିମାନ୍ସଙ୍କ ସହ ତାଙ୍କ ବ୍ରେକ୍-ଅପ୍କୁ ନେଇ ନେହାଙ୍କ ପ୍ରତିକ୍ରିୟା ମଗା ଯାଇଥିବା ବେଳେ ସେ ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ । ହିମାନ୍ସ କିଏ ? ମୁଁ ଏହି ନାମର କୌଣସି ବ୍ୟକ୍ତିଙ୍କୁ ଜାଣି ନାହିଁ ବୋଲି କହିଥିଲେ ନେହା । ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଦୁହିଁଙ୍କ ମଧ୍ୟରେ ଏବେ କିଛି ସଂପର୍କ ନଥିବା ସ୍ପଷ୍ଟ ହୋଇଛି ।