ଆଜି ପ୍ରକାଶ ପାଇପାରେ ନିଟ୍ ରେଜଲ୍ଟ ! ପରୀକ୍ଷା ଫଳ ସହ କାଉନସେଲିଂ ପାଇଁ ସିବିଏସଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

33

କନକ ବ୍ୟୁରୋ : ନିଟ୍ ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ୨୦୧୭ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସିବିଏସଇକୁ ନିର୍ଦ୍ଦେଶ । ଦେଇଛନ୍ତି ସୁପ୍ରିମକୋର୍ଟ । ରେଜଲ୍ଟ ପ୍ରକାଶ କରି କାଉନସିଲିଂ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ରହିଛି । ତେବେ ନିଟ୍ ରେଜଲ୍ଟ ମାମଲାରେ ପିଟିସନ ଗ୍ରହଣ ନକରିବାରୁ ଅନ୍ୟ ସବୁ କୋର୍ଟ ନିର୍ଦ୍ଦେଶ । ଦେଇଛନ୍ତି ଉଚ୍ଚତମ କୋର୍ଟ ।

ତେବେ ଆଜି ସିବିଏସଇ ନିଟ୍ ରେଜଲ୍ଟ ପ୍ରକାଶ ହୋଇପାରେ । ଚଳିତବର୍ଷ ଏମବିବିଏସ ଓ ବିଡେଏସରେ ନାମ ଲେଖାଇବା ନେଇ ୧୨ ଲକ୍ଷ ଛାତ୍ରଛାତ୍ରୀ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା ଦେଇଥିଲେ । ତେବେ ଜୁନ୍ ୮ରେ ରେଜଲ୍ଟ ପ୍ରକାଶ ପାଇବାର ଥିଲେ ସୁଦ୍ଧା ଗତ ୨୪ ମେ’ରେ ମାଦ୍ରାସା ହାଇକୋର୍ଟ ଏହା ଉପରେ ଅନ୍ତରୀଣ ରିହାତାଦେଶ ଲଗାଇଥିଲେ ।

ମାଦ୍ରାସା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଏସଇ । ତେବେ ୧୨ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡିତ ମାମଲାର ଶୁଣାଣୀ କରି ଆଜି ଏହି ନିର୍ଦ୍ଦେଶ । ଦେଇଛନ୍ତି କୋର୍ଟ । ତେବେ ଚଳିତ ବର୍ଷ ୮ଟି ଭାଷାରେ ନିଟ୍ ପରୀକ୍ଷା ହୋଇଥିବା ବେଳେ ଇଂରାଜୀ ଓ ତାମିଲ ଭାଷାରେ ଦିଆଯାଇଥିବା ପ୍ରଶ୍ନପତ୍ର ପାର୍ଥକ୍ୟ ଥିବା ଦର୍ଶାଇ ମାଦ୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।