କନକ ବ୍ୟୁରୋ: ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସେହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାହାକୁ ନେଇ କିଛି ଦିନ ହେବ ମହାରାଷ୍ଟ୍ର ରାଜନୀତି ହଲଚଲ ଦେଖାଦେଇଛି । ଅଜିତ ପାୱାର ନିଜର କିଛି ଘନିଷ୍ଟ ବିଧାୟକଙ୍କୁ ସାଥୀରେ ନେଇ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏହା ଉପରେ ଉତର ରଖି ଅଜିତ କହିଛନ୍ତି ଦଳ ମଧ୍ୟରେ କୌଣସି କନ୍ଦଳ ନାହିଁ । ସେ ଏନସିପିରେ ଥିଲେ, ଅଛନ୍ତି ଓ ରହିବେ ।

Advertisment

ନିକଟରେ ଅଜିତ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଥିଲେ ଓ ଇଭିଏମ ଉପରେ ଭରଷା ଥିବା ମଧ୍ୟ କହିଥିଲେ । । ଏହା ପରଠୁ ବିଜେପି ସେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ସୁଧୀର ମୁନଟିଙ୍ଗବାର ତାଙ୍କୁ ଏନଡିଏରେ ଆସିବାକୁ ଆମନ୍ତ୍ରିତ କରିବା ପରେ ଅଜିତଙ୍କୁ ନେଇ ଅଙ୍କ କଷା ଆରମ୍ଭ ହୋଇଥିଲା । ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ଅଜିତ ପାୱାର ।

ଚର୍ଚ୍ଚା ହେଉଥିଲା, ଅଜିତ ପାୱାର ଏନସିପିର ପ୍ରାୟ ୪୦ ବିଧାୟକଙ୍କୁ ନେଇ ସିନ୍ଦେ-ଫଡନବୀଶ ସରକାରରେ ଅଂଶୀଦାର ବନିବେ । ଏନଡିଏରେ ଯୋଗ ଦେବା ପାଇଁ ଦଳଠୁ ସମର୍ଥନ ଖୋଜୁଥିଲେ । ତେବେ ଏନସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲଙ୍କ ସମେତ କିଛି ନେତା ଏହାକୁ ବିରୋଧ କରୁଥିଲେ ।

aଖବରକୁ ଅଧିକ ଚର୍ଚ୍ଚିତ କରିଥିଲା ଯେତେବେଳେ ଅଜିତଙ୍କ ଗୋଷ୍ଠୀ ନିକଟରେ ଶରଦ ପାୱାରଙ୍କୁ ମଧ୍ୟ ଭେଟିଥିଲେ ଓ ଏନସିପି ବିଧାୟକ ବିଜେପି ସହିତ ମେଂଟ କରିବାକୁ ଆଗ୍ରହୀ ବୋଲି ଜଣାଇଥିଲେ । ସେପଟେ ଉଦ୍ଧବଗୋଷ୍ଠୀ ଏହାକୁ ବିଜେପିର ଷଡଯନ୍ତ୍ର କହି ଅଭିଯୋଗ କରିଛି ।