କନକ ବ୍ୟୁରୋ: ବିଦ୍ୟାଳୟ ପାଠ୍ୟକ୍ରମରୁ ମୋଗଲ ଇତିହାସ ଓ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ବିଷୟ ହଟିବା ପରେ ଏବେ ବିଜ୍ଞାନ ପାଠ୍ୟକ୍ରମରୁ ଏନସିଇଆରଟି ହଟାଇଛି ଗୁରୁତ୍ୱପୂର୍ଣ୍ଣ ବିଷୟ । ନବମ ଓ ଦଶମ ବିଜ୍ଞାନ ପାଠ୍ୟକ୍ରମରୁ ହଟାଇଦେଇଛି ଦୁନିଆଁର ପ୍ରଖ୍ୟାତ ବୈଜ୍ଞାନିକ ଚାର୍ଲସ୍ ଡାରୱିନଙ୍କ ‘ ଥିଓରୀ ଅଫ୍ ଏଭୋଲ୍ୟୁସନ୍ ‘ ବା କ୍ରମ ବିବର୍ତ୍ତନ ଥିଓରୀ’ । ଏହାକୁ କଡା ବିରୋଧ କରିଛି ଭାରତର ବିଶିଷ୍ଟ ବିଜ୍ଞାନ ଅନୁଷ୍ଠାନ ।

Advertisment

ଏନସିଇଆରଟି ବିରୋଧରେ ଏକ ମିଳିତ ହସ୍ତାକ୍ଷର ଦାଖଲ କରିଛନ୍ତି ଭାରତର ବିଶିଷ୍ଠ ବିଜ୍ଞାନ ଅନୁଷ୍ଠାନ । ଏଥିରେ ଭାରତୀୟ ବିଜ୍ଞାନ ଅନୁଷ୍ଠାନ, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ଓ ଭାରତୀୟ ପ୍ରଦ୍ୟୋଗ ସଂସ୍ଥାନ ପରି ପ୍ରମୁଖ ଅନୁଷ୍ଠାନର ପ୍ରତିନିଧିଙ୍କ ଦ୍ୱାରା ହସ୍ତାକ୍ଷର କରାଯାଇ ଏନସିଇଆରଟି ବିରୋଧରେ ଅପିଲ କରାଯାଇଛି ।

କୋଭିଡ୍ ସମୟରେ ସ୍କୁଲ ଗୁଡିକ ବନ୍ଦ ରହିବାରୁ ପିଲାମାନଙ୍କର ପାଠପଢାରେ ଅନିୟମିତତା ହୋଇଥିଲା । ଏଥିପାଇଁ ପିଲାଙ୍କ ଉପରୁ ପଢା ଭାରକୁ ହାଲକା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଥିବା ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ (NCERT) ଅନେକ ବିଷୟବସ୍ତୁକୁ ବାଦ୍ ଦେଇଥିଲା । ହେଲେ ଏବେ ବିଜ୍ଞାନ ପାଠ୍ୟକ୍ରମରୁ ଡାରୱିନଙ୍କ ‘ଏଭୋଲ୍ୟୁସନ୍ ଥିଓରୀ’କୁ ବାଦ ଦେଇଛି । ଯାହା ଅନୁସନ୍ଧିତ୍ସୁଙ୍କ ମନରେ ଗଭୀର ଆଘାତ ଦେଇଛି । ଏହାଦ୍ୱାରା ବିଜ୍ଞାନ ବିଷୟରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି ବୋଲି ବିଜ୍ଞାନ ମହଲରେ ଅଭିଯୋଗ ପ୍ରକାଶ ପାଇଛି ।