ଭାରତୀ ସିଂହ ଓ ହର୍ଷଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ ମାମଲାରେ ୨ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନସିବି ।

ଭାରତୀ ସିଂହ ଓ ହର୍ଷଙ୍କ ପାଇଁ ବଢିଲା ଅଡୁଆ । ଡ୍ରଗ୍ସ ମାମଲାରେ ୨ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନସିବି ।

କନକ ବ୍ୟୁରୋ: କମେଡି କ୍ୱିନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷଙ୍କ ଅସୁବିଧା ପୁଣିଥରେ ବଢିବାକୁ ଯାଉଛି । କାହିଁକି ନା, ଡ୍ରଗ୍ସ ମାମଲାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନସିବି । ମିଳିଥିବା ସୂଚନା ମୁତାବକ, ଏନସିବି ଏହି କମେଡି କପଲଙ୍କ ନାଁରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିଆଙ୍କଙ୍କ ବିରୋଧରେ କୋର୍ଟରେ ଏହି ୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟ୍ ଡ୍ରଗ୍ସ ମାମଲାରେ କରାଯାଇଥିବା ସୂଚନା ରହିଛି । ତେବେ ୨୦୨୦ ମସିହାରେ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ଏବେ ସେମାନେ ଜାମିନରେ ଅଛନ୍ତି । ତେବେ ପୁଣିଥରେ ଏହି କମେଡି ଯୋଡିଙ୍କ ଅସୁବିଧା ବଢିବା ଭଳି ମନେହେଉଛି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୨୦୨୦ ମସିହାରେ ଡ୍ରଗ୍ସ ମାମଲାରେ ଦୁହିଁଙ୍କୁ ଗିରଫ କରିଥିଲା । ଭାରତୀଙ୍କ ଅଫିସରେ ମଧ୍ୟ ଚଢାଉ କରାଯାଇଥିଲା । ଏହି ସମୟରେ ୮୬.୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଦୁହେଁ ସ୍ୱାମୀ ସ୍ତ୍ରୀ ଗଞ୍ଜେଇ ସେବନ କରୁଥିବା ମଧ୍ୟ ସେ ସମୟରେ ଏନସିବି ପାଖରେ ମାନିନେଇଥିଲେ । ହେଲେ ଏବେ କିଛି ମାସର ବ୍ୟବଧାନ ପରେ ଏହି ମାମଲା ପୁଣି ଖୋଲିଛି । ସୂଚନାଯୋଗ୍ୟ ଯେ, ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ କମେଡି ଦୁନିଆର ଜଣାଶୁଣା ଚେହେରା । ଦୁହେଁ ଏକାଧିକ ସୋରେ ନଜର ଆସିଥାନ୍ତି । ହେଲେ ଡ୍ରଗ୍ସ ମାମଲାରେ ଦୁହିଁଙ୍କର ସମ୍ପୃ୍କ୍ତି ତାଙ୍କ ପାଇଁ ଅଡୁଆ ବଢାଇଛି । ଆଉ ଏନସିବି ଏହି ମାମଲାରେ ୨ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe