ନୟାଗଡରେ ରାସ୍ତାକୁ କେନ୍ଦ୍ରକରି ତେଜିଲା ବିବାଦ : ଗୁଡୁପାଙ୍ଗୀ ଗ୍ରାମବାସୀଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୩ ପଂଚାୟତର ୧୭ ଖଣ୍ଡ ଗାଁ ଲୋକ

ରାସ୍ତା ଉପରେ ଗଛ , ପଥର ପକାଇ ରାସ୍ତା ଜଗିଛନ୍ତି ଲୋକ

58

କନକ ବ୍ୟୁରୋ : ରାସ୍ତା ପାଇଁ ରାସ୍ତାରୋକ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ନୟାଗଡ ଜିଲ୍ଲାରେ । ରାସ୍ତାକୁ କେନ୍ଦ୍ରକରି ଜିଲ୍ଲାର ଗୁଡୁପାଙ୍ଗୀ ଗାଁ ଲୋକଙ୍କୁ ବିରୋଧ କରିଛନ୍ତି ୩ଟି ପଂଚାୟତର ୧୭ଟି ଗାଁ ଲୋକ । ଗୁଡୁପାଙ୍ଗୀ ଗାଁକୁ ଚାରିପଟୁ ଅବରୋଧ କରାଯାଇଛି । ରାସ୍ତା ଉପରେ ଗଛ, ପଥର ପକାଇ ଅବରୋଧ କରାଯାଇଛି ।

ଗୁଡୁପାଙ୍ଗୀ ଗାଁର ରାସ୍ତା ଦେଇ ୧୭ଟି ଗାଁର ଲୋକେ ଯିବା ଆସିବା କରନ୍ତି । କିନ୍ତୁ ଗୁଡୁପାଙ୍ଗୀ ଲୋକେ ୧୭ଟି ଗାଁର ଲୋକଙ୍କୁ ଦୀର୍ଘ ୯ ମାସ ହେଲା ଯିବା ଆସିବା କରିବାକୁ ଦେଉନାହାନ୍ତି । ଅସୁବିଧାର ସମ୍ମୁଖୀନ ହେବା ପରେ ତାତିଛନ୍ତି ଗାଁ ଲୋକେ । ଆଉ ଗୁଡୁପାଙ୍ଗୀ ଲୋକଙ୍କୁ ଚାରିଆଡୁ ଘେରିରହିଛନ୍ତି ।