ନୟାଗଡ ଇଟାମାଟି ଅଂଚଳରେ ଜମିବାଡି ବିବାଦର ଉଗ୍ରରୂପ: ରାତିରେ ଘରୁ ଫେରିବାବେଳେ ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା, ୨ ଅଟକ

754

କନକ ବ୍ୟୁରୋ : ଜମିବାଡି ବିବାଦକୁ କେନ୍ଦ୍ର କରି କଳି ପରେ ଗାଁ ଦାଣ୍ଡରେ ହାଣିି ଯୁବକକୁ ହତ୍ୟା କଲେ । ଜମି ବିବାଦ ନେଇ ଥାନାରେ ଅଭିଯୋଗ କରିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ଗାଁରେ । ଘର ଡିହକୁ କେନ୍ଦ୍ରକରି ଗତ କିଛି ଦିନ ହେଲା ବାଉଁଶିଆପଡା ଗାଁ ର ଜଗବନ୍ଧୁ ମହାପାତ୍ରଙ୍କ ସହ ପଡୋଶୀ କ୍ଷେତ୍ରବାସୀ ମହାପାତ୍ରଙ୍କର ବିବାଦ ଲାଗି ରହିଥିଲା । ଗତକାଲି ଏ ନେଇ ସକାଳେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା ।

ସନ୍ଧ୍ୟାରେ ଏ ନେଇ କ୍ଷେତ୍ରବାସୀ , ଜଗବନ୍ଧୁଙ୍କ ପରିବାର ବିରୁଦ୍ଧରେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ଘରକୁ ଫେରିବା ବେଳେ ଗାଁ ଦାଣ୍ଡରେ ଜଗବନ୍ଧୁଙ୍କ ପରିବାର ଲୋକେ କ୍ଷେତ୍ରବାସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଇଟାମାଟି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ଇଟାମାଟି ଥାନା ପୋଲିସ ।