ଚାକିରୀ ପାଇଁ ନକ୍ସଲ ସଂଗଠନ ପ୍ରକାଶ କଲା ବିଜ୍ଞପ୍ତି । ୨ ଡିସେମ୍ବରରୁ ୨ ଜାନୁୟାରୀ ପର୍ଯ୍ୟନ୍ତ ହେବ ଭର୍ତ୍ତି

ପୋଷ୍ଟର ଲଗାଇ ଯୁବକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଅପିଲ କରାଯାଇଛି ।

187

ବିହାରର ଗୟା ଜିଲ୍ଲାରେ ଏକ ନକ୍ସଲ ସଂଗଠନ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ନକ୍ସଲ ପ୍ରଭାବିତ ଗୁରିୟା ବଜାରରେ ପୋଷ୍ଟର ଲଗାଇ ଯୁବକଙ୍କୁ ନକ୍ସଲ ସଂଗଠନରେ ସାମିଲ ହେବାକୁ ଅପିଲ କରାଯାଇଛି । ଏହି ପୋଷ୍ଟର ପରେ ଜିଲ୍ଲାରେ ଆଲର୍ଟ ଜାରି କରିଦିଆଯାଇଛି । ନକ୍ସଲମାନେ ୨ ଡିସେମ୍ବରରୁ ୨ ଜାନୁୟାରୀ ପର୍ଯ୍ୟନ୍ତ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନକ୍ସଲମାନେ ଟୋଲ ପ୍ଲାଜା ପାଖରେ ପୋଷ୍ଟର ଲଗାଇଛନ୍ତି । ପ୍ରକୃତରେ ନକ୍ସଲମାନେ ମୋଦି ସରକାରଙ୍କ ଦ୍ୱାରା ଚାଲୁଥିବା ମିଶନ ସମାଧାନ ବିରୁଦ୍ଧରେ ମୋର୍ଚା ବାହାର କରିଛନ୍ତି ।

ଏହା ସହିତ ନକ୍ସଲମାନେ ପୋଷ୍ଟରରେ କହିଛନ୍ତି କି, ଗୁରିଲା ଯୁଦ୍ଧକୁ ଗତି ଦେବା ପାଇଁ ସଂଗଠନ ନିଯୁକ୍ତି ସୁଯୋଗ ବାହାର କରିଛି । ଏଥିରେ ଜିଲ୍ଲାର ଯୁବଗୋଷ୍ଠୀ ଭାଗ ନିଅନ୍ତୁ । ଭର୍ତ୍ତି ପାଇଁ ପ୍ରତ୍ୟେକ ଗାଁରେ ସ୍କୁଲ ଏବଂ ସାବର୍ଜନିକ ସ୍ଥାନରେ ଆବେଦନ ପେଟି ଲଗାଯିବ । ଇଚ୍ଛୁକ ଯୁବଗୋଷ୍ଠୀ ପେଟିରେ ଆବେଦନ ପତ୍ର ପକାଇବେ । ନକ୍ସଲ ସଂଗଠନ ତରଫରୁ ୨ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ପିଏଲଜିଏର ୧୮ତମ ବାର୍ଷିକ ମହୋତ୍ସବ ପାଳନ କରାଯିବ । ଏହାକୁ ନେଇ ନକ୍ସଲମାନେ ନିଯୁକ୍ତିି ବାହାର କରିଛନ୍ତି । ଏହି ଅଂଚଳରେ ୨୪ ଘଣ୍ଟା ସର୍ଚ୍ଚ ଅପରେସନର ନିର୍ଦ୍ଦେଶ ଦିଆଯାଇଛି ।