ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ତିନି ଜଣଙ୍କୁ ଘରୁ ଉଠାଇ ନେଇ ହତ୍ୟା ।

393

କନକ ବ୍ୟୁରୋ: ପୋଲିସ ଇନଫର୍ମର୍ ସନ୍ଦେହରେ ତିନି ଗ୍ରାମବାସୀଙ୍କୁ ହତ୍ୟା । ଘରୁ ଉଠାଇ ନେଇ ନକ୍ସଲମାନେ ହତ୍ୟା କରିଛନ୍ତି । ଚାରି ଦିନ ପୂର୍ବରୁ ତିନି ମୃତକଙ୍କୁ ଘରୁ ଉଠାଇନେଇଥିଲେ । ଗତକାଲି ସନ୍ଧ୍ୟାରେ ସେମାନଙ୍କ ମୃତଦେହକୁ ଆଣି ଗାଁ ମୁଣ୍ଡରେ ପକାଇଦେଇଛନ୍ତି । ଛତିଶଗଡ଼ କାଙ୍କେର ଜିଲ୍ଲା ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ କାଙ୍କେର ଜିଲ୍ଲାର ମୁର୍ଖେଣ୍ଡି ଗ୍ରାମର ତିନିଜଣ ବ୍ୟକ୍ତିଙ୍କୁ ଗତ ଚାରି ଦିନ ପୂର୍ବେ ନକ୍ସଲ ମାନେ ଉଠାଇ ନେଇଥିଲେ । ତେବେ ଗତ କାଲି ସନ୍ଧ୍ୟାରେ ସେମାନଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ସେମାନଙ୍କ ମୃତଦେହ ଫିଙ୍ଗି ଦେଇ ଚାଲି ଯାଇଥିଲେ । ଗ୍ରାମବାସୀ ମାନେ ସମାନଙ୍କ ମୃତଦେହକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଛୋଟେବେଠିଆ ଥାନା ପରିସରକୁ ନେଇ ଯାଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ବଡ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ କାଙ୍କେର ଜିଲ୍ଲାରେ ଏଭଳି ଘଟଣା ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ହଲଚଲ କରି ପକାଇଛି ।