କନକ ବ୍ୟୁରୋ : ପୂର୍ବତନ କ୍ରିକେଟ ଖେଳାଳୀ ତଥା କଂଗ୍ରେସ ପାର୍ଟିର ବରିଷ୍ଠ ନେତା ନବଜୋତସିଂ ସିଦ୍ଧୁ ଆଜି ଜେଲରୁ ବାହାରିଛନ୍ତି । ଜେଲରୁ ମୁକୁଳିବା ପରେ ସିଦ୍ଧୁ କହିଛନ୍ତି କି, ଯେତେବେଳେ ଦେଶରେ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଛି ତା ବିରୋଧରେ ବିପ୍ଳବ ଜୋରଦାର ହୋଇଛି । ଏହାସହ ସେ ବିପ୍ଳବର ନାମ ରାହୁଲ ଗାନ୍ଧୀ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି କି ଆଜି ଦେଶର ଲୋକତନ୍ତ୍ର ବନ୍ଧା ପଡିଛି । ପଞ୍ଜାବ ସାରା ଦେଶର ଢାଲ ଓ ଏହାକୁ ଭାଙ୍ଗିବାକୁ କିଛି କୁଚକ୍ରି ଗୋଷ୍ଠୀ ପ୍ରୟାସ ଆରମ୍ଭ କରିଛନ୍ତି । ଏହାସହ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା ଚାଲିଥିବା କଥଶ ସେ କହିଛନ୍ତି । ଏନେଇ ପ୍ରଥମେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି ଓ ଏହାପରେ କୁହାଯାଉଛି କି ଆମେ ଏହାର ସମାଧାନ କରିଛୁ ।

Advertisment

ଏହାସହ ସେ କହିଛନ୍ତି କି ଯଦି ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରିବ ତେବେ ନିଜେ ଦୁର୍ବଳ ହୋଇଯିବ । ଏହାସହ ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ପୂର୍ବଜମାନେ ଦେଶକୁ ସ୍ୱାଧୀନତା ଦେଇଥିଲେ । ଏବେ ରାହୁଲ ଗାନ୍ଧୀ ଲୋକତନ୍ତ୍ର ଉପରେ ଲାଗିଥିବା ବେଡିକୁ କାଟିବାକୁ ଚେଷ୍ଟା କରୁଛନ୍ତି । ତେଣୁ ସିଂହ ଦୌଡୁଥିବାରୁ ଏହାର ଗର୍ଜନ ଏବେ ଆମେରିକା, ଜର୍ମାନ ଓ ପୁରା ବିଶ୍ୱରେ ଶୁଣିବାକୁ ମିଳୁଛି ।