କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନ ପାଇଁ ଲେଖିଲେ ଚିଠି

42

କନକ ବ୍ୟୁରୋ : ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ବେଂଚ୍ ସ୍ଥାପନ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ପୂର୍ବରୁ ୨୦୧୩ ଓ ୨୦୧୪ ମସିହାରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିିଧା ନିମନ୍ତେ ସେଠାରେ ଏକ ସ୍ଥାୟୀ ବେଞ୍ଚ ଜରୁରୀ ବୋଲି ନବୀନ କହିଛନ୍ତି । ଅନ୍ୟପଟେ ସମାନ ଦାବି ନେଇ ଆଜି ସମ୍ବଲପୁର ଓକିଲ ସଂଘ ତରଫରୁ ବିଚାର ବିଭାଗୀୟ ଅଦାଲତକୁ ବନ୍ଦ କରିବା ସହିତ କଚେରି ଛକଠାରେ ବନ୍ଦ ପାଳନ କରାଯାଇଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୋଇପାରିନଥିବା ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ ଆସନ୍ତାକାଲି ଠାରୁ ରାଜସ୍ୱ ଅଦାଲତ ଗୁଡିକ ମଧ୍ୟ ବନ୍ଦ କରିବ ବୋଲି ନିଷ୍ପତି ନେଇଛି ଓକିଲ ସଂଘ ।