କେନ୍ଦ୍ରମନ୍ତ୍ରୀଙ୍କ ଆକ୍ଷେପର ଜବାବ ଦେଲେ ନବୀନ। କହିଲେ, ‘ଦୁର୍ଭାଗ୍ୟଜନକ, ଏହା ଠିକ୍ ନୁହେଁ’

154

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦମପୁରବାସୀଙ୍କୁ  ଭୂଆଁବଲାଇଛନ୍ତି । କିଛି ଏଭଳି କହି କେନ୍ଦ୍ରମନ୍ତ୍ରୀଙ୍କ ବିଭିନ୍ନ ଆକ୍ଷେପର ଜବାବ ରଖିଛନ୍ତି ନବୀନ । ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ । ଆବାସ ଯୋଜନାଠାରୁ ନେଇ ଇନପୁଟ ସବସିଡିି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ । ଏହାର ଜବାବ ରଖିଛନ୍ତି ନବୀନ ।

ନବୀନ କହିଛନ୍ତି, କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦମପୁରବାସୀଙ୍କୁ  ଭୂଆଁବଲାଇଛନ୍ତି । ସେ ଆବାସ ଯୋଜନା ହେଉକି କିମ୍ବା ଏମଏସପି ପ୍ରସଙ୍ଗ ହେଉ ବା ରେଳ ପ୍ରସଙ୍ଗ ହେଉ ସବୁଥିରେ ଅବହେଳା ହୋଇଛି । ଏହା ଦୁର୍ଭାଗ୍ୟଜନକ, ଏହା ଠିକ୍ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି. ଆମେ ରାଜ୍ୟରେ ଅଛୁ । ମିଶି କରି ଆମେ କାମ କରିବା ମିଳିକରି ଓଡିଶାର ଉନ୍ନତି ପାଇଁ କାମ କରିବା ।