ଝାରସୁଗୁଡା ବିମାନ ବନ୍ଦର ନାମକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ! ଭୁବନେଶ୍ୱର-ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଝାରସୁଗୁଡା ଦେଇ ଉଡାଇବାକୁ ଅନୁରୋଧ

ଝାରସୁଗୁଡ଼ାରୁ ବାଣିଜ୍ୟିକ ବିମାନ ଉଡାଇବାକୁ ମୋଦିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ !

114

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଝାରସୁଗୁଡ଼ା ବିମାନବନ୍ଦର ସମ୍ପର୍କରେ ମୋଦିଙ୍କୁ ଚିଠି ଲେଖିଲେ ନବୀନ୍ ।  ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବାକଥା’, ଯାହା ଏଯାଏଁ ହୋଇପାରିନାହିଁ । ଆଉ ଭାରତ ସରକାର ଏଯାଏଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିନାହାନ୍ତି’ । ଏହା ବ୍ୟତୀତ‘ବିମାନବନ୍ଦରରୁ ୬ ଅକ୍ଟୋବରରୁ ଏୟାର ଓଡ଼ିଶାର ବିମାନ ଉଡ଼ି ନାହିଁ’।କୌଣସି ସଠିକ କାରଣ ନଦର୍ଶାଇ ବିମାନ ସେବା ବନ୍ଦ କରିଦେଇଛି ଏୟାର ଓଡ଼ିଶା । ଯାହା‘ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନାକୁ ଏହା ଆଘାତ ଦେଇଛି’  । ଏହାବ୍ୟତୀତ ଉଡ଼ାନ୍ ସମେତ ବାଣିଜ୍ୟିକ ବିମାନ ଉଡ଼ାଇବାକୁ ଅନୁରୋଧ କରି ଚିଠିରେ ଲଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ବହୁ ପ୍ରତିକ୍ଷୀତ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୨୨ରେ ଉଦ୍‌ଘାଟନ କରିଥିଲେ।ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ୧୨୦ଏକର ମାଗଣା ଜମି, ଜଳ ଓ ବିଦ୍ୟୁତ ଯୋଗାଇଛନ୍ତି । ଏହି ବିମାନବନ୍ଦର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିମାନବନ୍ଦର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ଏହା ବ୍ୟତୀତ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ‘ଭୁବନେଶ୍ୱର-ନୂଆଦିଲ୍ଲୀ ଏୟାରଇଣ୍ଡିଆ ବିମାନ ଝାରସୁଗୁଡ଼ା ଦେଇ ଉଡ଼ୁ । ଯଦ୍ୱାରା ପଶ୍ଚିମ ଓଡ଼ିଶାର ଲୋକେ ଉପକୃତ ହୋଇପାରିବେ । ‘ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡ଼ାନ୍ ସ୍କିମ୍ ଜାରି ରଖୁ । ଏହାବ୍ୟତୀତ‘ତୁରନ୍ତ ଝାରସୁଗୁଡ଼ା ବିମାନବନ୍ଦରର ନାଁ ପରିବର୍ତ୍ତନ ନେଇ ବିଜ୍ଞପ୍ତି ବାହାରୁ’ବୋଲି ଜୋର ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।