ନାଲି ପଡିଲା ନବୀନଙ୍କ ମୁହଁ ! ଜାଣନ୍ତୁ ବାହୁବଳୀ ବାବଦରେ କଣ କରିଥିଲେ ଭୁଲ୍

30

ଲୋକଙ୍କ ନିକଟବର୍ତ୍ତୀ ହେବାକୁ ସୋସିଆଲ୍ ମିଡିଆରେ ଖାତା ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଟୁଇଟର, ଫେସବୁକ୍ ଆଉ ଏବେ ଇନଷ୍ଟାଗ୍ରାମ୍ । ହେଲେ ଲୋକଙ୍କ କେତେ ନିକଟବର୍ତ୍ତୀ ହୋଇଛନ୍ତି ନବୀନ୍ ତାର ଉତ୍ତର ନିକଟରେ କରିଥିବା ଟୁଇଟରରୁ ମିଳିଛି ।

ସିନେମା ବାହୁବଳୀକୁ ନେଇ ଭୁଲ୍ ଟୁଇଟ୍ କରିଛନ୍ତି ନବୀନ୍ । ସିନେମା ସହ ଜଡିତ ଓଡିଆ ଯୁବକ ସଞ୍ଜତ୍ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇ ଏହି ଟୁଇଟ୍ କରିଛନ୍ତି । ଲେଖିଛନ୍ତି, ‘ବଲାଙ୍ଗୀରର ସଞ୍ଜତ୍ ମିଶ୍ର ବାହୁବଳୀ -୨ ର ପ୍ରଡକ୍ସନ୍ ସହ ଜଡିତ ଥିବାରୁ ମୁଁ ବହୁତ ଖୁସି’ । ଯେତେବେଳେ କି ସଞ୍ଜତ୍ ପ୍ରଡକ୍ସନ୍ ନୁହେଁ ବାହୁବଳୀର ବିଜ୍ଞାପନ ସହ ଜଡିତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଭୁଲ୍ ଟୁଇଟ୍ ପରେ ସର୍ବସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସଞ୍ଜୟଙ୍କ ଜଣେ ସାଙ୍ଗ କହିଛନ୍ତି ମୁଖ୍ୟମନ୍ତ୍ରୀ ବୋଧେ ସଠିକ୍ ତଥ୍ୟ ଜାଣି ପାରୁନାହାଁନ୍ତି ।