କନକ ବ୍ୟୁରୋ : ଆଜି ବିଜେଡି ପାଳନ କରିଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ସମେତ ଜିଲ୍ଲା ଓ ବ୍ଲକ ସ୍ତରରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟରୁ କିଭଳି ଗରିବି ହଟିବ ସେହି ଲକ୍ଷ୍ୟରେ କାମ କରିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତିି ନବୀନ ।
ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବୀ ହ୍ରାସ ଉପରେ ଗୁରତ୍ୱ ଦେଇ କହିଛନ୍ତି, ଆସନ୍ତା ୫ବର୍ଷରେ ୧୦ ପ୍ରତିଶତ ଗରିବୀ କମ୍ କରିବେ । ଭର୍ଚୁଆଲ ମୋଡରେ ଦଳୀୟ ସମାବେଶକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଇସାରା କରି କହିଥିଲେ, ବିଜେଡିର କେହି ବସ୍ ଅର୍ଥାତ୍ ମାଲିକ ନାହାନ୍ତି, ବରଂ ଓଡ଼ିଶାବାସୀ ହିଁ ତାଙ୍କର ବସ୍ ।
ବିଜେଡିର ଏହି ପ୍ରତିଷ୍ଠା ଦିବସରେ ଦଳୀୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପାଦ ଆଗକୁ ଯାଇ କହିଥିଲେ ଯେ, ଧରାପୃଷ୍ଠରେ ଥିବା ପର୍ଯ୍ୟନ୍ତ ନବୀନଙ୍କୁ କ୍ଷମତାଚ୍ୟୁତ କରିବେ ନାହିଁ ଓଡ଼ିଶାବାସୀ । ୨୫ ବର୍ଷ ତଳର କଥା । ବିଜୁ ବାବୁଙ୍କ ପରଲୋକ ପରେ ନୂଆ କରି ଓଡ଼ିଶା ଆସିଥିବା ନବୀନ ସେତେବେଳେ ଯେଉଁ ସ୍ୱପ୍ନ ରଖିଥିଲେ, ସେ ସମ୍ପର୍କରେ ଗଣମାଧ୍ୟମ ଆଗରେ ବୟାନ କରିଥିଲେ । ଇତି ମଧ୍ୟରେ ନବୀନଙ୍କ ବିଜୁ ଜନତା ଦଳ ଶାସନ କ୍ଷମତାରେ ୨୦ ବର୍ଷ ଅତିକ୍ରମ କରିସାରିଲାଣି, ଏବଂ ଏବେ ବି ରାଜ୍ୟବାସୀଙ୍କ ଭରସାର ପାତ୍ର ହୋଇ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/OTS-4-1.png)