ନବୀନଙ୍କ ନବକଳେବର ! ଶପଥନେଲେ ୧୨ ଜଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ସମେତ ୪ ବିଭାଗ

72

କନକ ବ୍ୟୁରୋ : ନବୀନ ମନ୍ତ୍ରିମଣ୍ଡଳରେ ବିଭାଗ ବଂଟନ ହୋଇଛି । ନୂଆ ମନ୍ତ୍ରୀମାନେ ଶପଥ ନେବାର କିଛି ସମୟ ପରେ ସମସ୍ତ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଂଟନ ହୋଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ଜଳସମ୍ପଦ, ସାଧାରଣ ଅଭିଯୋଗ ବିଭାଗ ରଖିଛନ୍ତି ।

• ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଶଶୀ ଭୂଷଣ ବେହେରାଙ୍କୁ ଅର୍ଥ ଓ ଅବକାରୀ ବିଭାଗ ମିଳିଛି ।

• ଡାକ୍ତର ଦାମୋଦର ରାଉତଙ୍କୁ ଦିଆଯାଇଛି କୃଷି ଓ ପବ୍ଲିକ ଏଂଟରପ୍ରାଇଜେସ୍ ଦାୟିତ୍ୱ

• ପ୍ରଫୁଲ୍ଲ ସାମଲଙ୍କ ହାତରେ ରହିଛି ମହିଳା, ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ବିଭାଗ ।

• ଉଷା ଦେବୀଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ

• ରାଷ୍ଟ୍ରମନ୍ତ୍ରୀ ହୋଇଥିବା ଚନ୍ଦ୍ରସାରଥୀ ବେହେରାଙ୍କୁ ମିଳିଛି କ୍ରୀଡା, ଯୁବ ବ୍ୟାପାର ଓ ଆଇଟି ବିଭାଗ

• ସୁଶାନ୍ତ ସିଂହଙ୍କୁ ଶ୍ରମ ଓ ଇଏସଆଇ ବିଭାଗ

• ପ୍ରଫୁଲ୍ଲ ମଲ୍ଲିକଙ୍କୁ ଶକ୍ତି, ଇସ୍ପାତ ଓ ଖଣି ବିଭାଗ

• ବିଜୟଶ୍ରୀ ରାଉତରାୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ

• ନୃସିଂହ ସାହୁଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ

• ଅନନ୍ତ ଦାସଙ୍କୁ ଉଚ୍ଚ ଶିକ୍ଷା ବିଭାଗ

• ବଦ୍ରି ନାରାୟଣ ପାତ୍ରଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ

• ପ୍ରତାପ ଜେନାଙ୍କୁ ସାସ୍ଥ୍ୟ ଓ ଆଇନ୍ ବିଭାଗ

• ରମେଶ ମାଝୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ

• ମହେଶ୍ୱର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

• ବିକ୍ରମ କେଶରୀ ଆରୁଖଙ୍କୁ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ଏବଂ ସଂସଦୀୟ ବ୍ୟାପାର ବିଭାଗ

• ପ୍ରଦୀପ ମହାରଥୀଙ୍କୁ ପଂଚାୟତିରାଜ୍, ପାନୀୟ ଜଳ ବିଭାଗ

• ନିରଂଜନ ପୂଜାରୀଙ୍କୁ ଶିଳ୍ପ ଓ ନଗର ଉନ୍ନୟନ ବିଭାଗ

• ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଖାଦ୍ୟ ଓ ସାଧାରଣ ବଂଟନ, ସମବାୟ ବିଭାଗ

• ଅଶୋକ ପଣ୍ଡା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ

• ସ୍ନେହାଙ୍ଗିନୀ ଛୁରିଆଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ