ସଂସଦ ଓ ବିଧାନସଭାରେ ମହିଳାଙ୍କୁ ଦିଅ ଏକ ତୃତୀୟାଂଶ ସଂରକ୍ଷଣ ! ବିଲ୍ ପାସ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ ।

151

କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍କୁ ସଂସଦରେ ପାରିତ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।

ନବୀନ ଦର୍ଶାଇଛନ୍ତି ଯେ ଓଡ଼ିଶା ବିଧାନସଭାରେ ଏ ନେଇ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି । ସଶକ୍ତ ମହିଳା, ସଶକ୍ତ ଦେଶ କହିବା ସହ ସବୋର୍ଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥାରେ ମହିଳାଙ୍କ ଭୂମିକା ରହିଲେ ଦେଶର ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ନବୀନ । ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ମହିଳାଙ୍କ ହାତରେ କ୍ଷମତା ଦେବା ପାଇଁ ୧୯୯୦ ଦଶକରେ ପଂଚାୟତ ଓ ପୌର ପାଳିକାରେ ଏକ-ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ବିଜୁ ପଟ୍ଟନାୟକ ।  ୨୦୧୧ରେ ଓଡ଼ିଶା ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।