ନୀତି ଆୟୋଗ ବୈଠକରେ କଡା ସନ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଅପରାଧକୁ ରାଜନୈତିକ କରାଯାଉଥିବା ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ ।

162

କନକ ବ୍ୟୁରୋ: ନୀତି ଆୟୋଗ ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, ପ୍ରତ୍ୟେକ ଅପରାଧକୁ ରାଜନୀତି କରଣ କରାଯାଉଛି । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚନ ଏକ ମୁଖ୍ୟ ଅଂଶ । ତେବେ ଥରେ ସରକାର ନିର୍ବାଚିତ ହେବା ପରେ ଦଳୀୟ ଉଦ୍ଧ୍ୱର୍ରେ ରହି ଲୋକଙ୍କ ସ୍ୱାର୍ଥରେ କାମ କରିବା ଦରକାର । ବର୍ତ୍ତମାନ ସମୟରେ ଏହା ହେଉଛି କି ନାହିଁ ସେ ନେଇ ଚିନ୍ତା କରିବାର ବେଳ ଆସିଛି । ସବୁ ଅପରାଧର ରାଜନୀତିକରଣ କରାଯାଉଛି ।  ନିର୍ବାଚିତ ସରକାରର ସମସ୍ତ କାମକୁ ରାଜନୀତି ଦୃଷ୍ଟିକୋଣରୁ ଦେଖାଯାଉଛି । ଦେଶର ବିକାଶ ଓ ଉନ୍ନତି ପାଇଁ ଏଭଳି  ମାହୋଲ ବଡ ବିପଦ । ଦେଶ ନିର୍ବାଚନରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି ।

ନୀତି ଆୟୋଗରେ ନବୀନ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ।  ଏହାକୁ ନେଇ ବିରୋଧୀ  ସରକାରଙ୍କୁ ଟାର୍ଗେଟ କରିଥିବାବେଳେ  ବିଜେଡି କହିଛି, ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯାହା ଦାବି ଉଠାଇଛନ୍ତି ତାହା ଯଥାର୍ଥ । ଦେଶରେ  ବର୍ତମାନ ବିଜେପି ଟାର୍ଗେଟରେ ଅଣ-ବିଜେପି  । ପଶ୍ଚିମବଙ୍ଗରେ ବର୍ତମାନ  ବିଜେପି  ଓ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଆଉ ଏଭଳି ସମୟରେ  ଦୁଇ ଦଶନ୍ଧିଧରି ଶାସନଗାଦିରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ କଡକଥା ନିଶ୍ଚିତରୂପେ  ଗୁରୁତ୍ୱ ରଖୁଛି ।