ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ନାଟୋ ମୁଖ୍ୟଙ୍କ ବଡ ବୟାନ। ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ଆକଳନ କଲେ ଜେନ ଷ୍ଟୋଲେନବର୍ଗ।

165

କନକ ବ୍ୟୁରୋ : ବର୍ଷ ସାରା ଚାଲିପାରେ ରୁଷ-ୟୁକ୍ରେନ ଯୁଦ୍ଧ । ଏପରି ମନ୍ତବ୍ୟ ଦେଇଛନ୍ତି ନାଟୋର ମୁଖ୍ୟ ଜେନ୍ ଷ୍ଟାଲିନବର୍ଗ  । ଦୀର୍ଘଦିନ ଧରି ଜାରି ରହିଛି ରୁଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ । ବହୁ ମାତ୍ରାରେ ଧନ ଜୀବନ ନଷ୍ଟ ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭିନ୍ନ ଭିନ୍ନ ମତ ବିଭିନ୍ନ ସମୟରେ ପ୍ରକାଶ ପାଇଛି । ଏହାକୁ ଅଟକାଇବାକୁ ମଧ୍ୟ ବହୁବାର ବହୁ ପ୍ରମୁଖ ବ୍ୟକ୍ତି ପରାମର୍ଶ ଦେଇସାରିଛନ୍ତି । ହେଲେ ଏହାକୁ ରୋକିବାକୁ ନାରାଜ ରୁଷ ରାଷ୍ଟ୍ରପତି ପୁଟିନ୍ । ତେବେ ନିକଟରେ ନାଟୋର ମୁଖ୍ୟ ଜେନ୍ ଷ୍ଟାଲିନବର୍ଗ ଯୁଦ୍ଧକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି ଏହି ଯୁଦ୍ଧ ବର୍ଷସାରା ଚାଲିପାରେ । ଜର୍ମାନୀର ସାପ୍ତାହିକ ପତ୍ରିକା ‘ବିଲ୍ଡ ଏମ ସୋନତାଗା’ରେ ରବିବାର ପ୍ରକାଶିତ ସାକ୍ଷାତକାରରେ ନାଟୋର ମହାସଚିବ ଜେନ ଷ୍ଟାଲିନବର୍ଗ  କହିଛନ୍ତି କି କାହାକୁ ଜଣା ନାହିଁ ଏହି ଯୁଦ୍ଧ କେତେ ସମୟ ଧରି ଚାଲିବ । ଏହା ବର୍ଷସାରା ଚାଲିପାରେ ଏବଂ ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟବ । ଏବଂ ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏବଂ ସହଯୋଗିତା ପାଇଁ ଅନୁରୋଧ କରିଛନ୍ତି ।