ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ! ‘ଯୋଗ କର ନିରୋଗ ରୁହ’ ନାରା ନେଇ ପାଳନ ହେଉଛି ଏହି ଦିବସ

38

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥିପାଇଁ ଜନତା ମଇଦାନରେ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଛି । ସକାଳ ୬ ଟାରୁ ଏହି ଶିବିର ଆରମ୍ଭ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିିବାବେଳେ, ଆରଏସ୍ଏସର ଭି. ଭଗିଶ ଶିବିରକୁ ଉଦଘାଟନ କରିଛନ୍ତି । ‘କର ଯୋଗ ରୁହ ନିରୋଗ’ ନାରାରେ ସାରା ଦେଶରେ ଯୋଗ ପ୍ରତି ଲୋକଙ୍କ ଆକର୍ଷଣ ବଢିବାରେ ଲାଗିଛି । ଜନତା ମଇଦାନରେ ପ୍ରାୟ ୧୫ହଜାରରୁ ଅଧିକ ଲୋକ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଦେଖିବାକୁ ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –