କନକ ବ୍ୟୁରୋ : ସ୍ଥାନୀୟ ଖଡ଼ଗପ୍ରସାଦ ଗ୍ରାମରେ ଥିବା ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ମହାସମାରୋହରେ ଜାତୀୟ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମେନ ଗଙ୍ଗାଧର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ଅଧ୍ୟକ୍ଷ ଡକ୍ଟର ନୀହାର ରଞ୍ଜନ ସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ସସ୍ମିତା ସାହୁ ମହୋଦୟା ଏବଂ ଶିକ୍ଷୟିତ୍ରୀ ମିନତୀ ମହାରଣା ମହୋଦୟା । ବିଦ୍ୟାଳୟର ଅଧ୍ୟକ୍ଷ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଅୟମାରମ୍ଭ କରିଥିଲେ। ସ୍ବାଗତ ଭାଷଣରେ ବିଦ୍ୟାଳୟର ଶିକ୍ଷକ ମଦନମୋହନ ମିଶ୍ର ସଂସ୍କୃତ ଭାଷଣରେ ସଂସ୍କୃତ ଭାଷାର ମହତ୍ତ୍ଵ, ସଂସ୍କୃତ କବି ଓ ସେମାନଙ୍କର କାଳଜୟୀ କୃତି ସମୂହ ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଡ଼କ୍ଟର ନୀହାର ରଞ୍ଜନ ସିଂହ ବେଦରୁ ବିଜ୍ଞାନର ସୃଷ୍ଟି ଏବଂ ବେଦ ସଂସ୍କୃତର ଦାନ ବୋଲି ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତବନ୍ଦନା,ପ୍ରାର୍ଥନା,ଶ୍ଳୋକ, ଏବଂ ଗୀତାପାଠ କରାଯାଇଥିଲ।। ଛାତ୍ରମାନେ ବିକ୍ରମାଦିତ୍ୟଙ୍କ ରାଜସଭାର ନବରତ୍ନ ପଣ୍ଡିତଙ୍କ ବେଶରେ ସଜ୍ଜିତ ହୋଇ ସଂସ୍କୃତ ସଭାମଞ୍ଚ ମଣ୍ଡନ କରିଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀ ମହୋଦୟ ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ