ଦେଶର ୬ ରାଜ୍ୟରେ ଏନଆଇଏର ଚଢାଉ ଜାରି। ୧୩ ସ୍ଥାନରେ ଆପତ୍ତିଜନକ ସାମଗ୍ରୀ ଓ ଦସ୍ତାବିଜ ଜବତ।

110

କନକ ବ୍ୟୁରୋ: ଦେଶରେ ଆଇଏସଆଇଏସର ଗତିବିଧି ନେଇ ଏନଆଇଏ ରବିବାର ୬ ରାଜ୍ୟରେ ଚଢାଉ ଜାରିରଖିଛି । ବର୍ତ୍ତମାନ ୧୩ଟି ସ୍ଥାନରେ ରେଡ୍ ଜାରିରହିଛି । ଏନଆଇଏ ତଲାସି ଅଭିଯାନ ବେଳେ ଆପତ୍ତିଜନକ ସାମଗ୍ରୀ ଏବଂ ଦସ୍ତାବିଜ ଜବତ କରିଛି ।

ଏନେଇ ଜାତୀୟ ସୁରକ୍ଷା ଏଜେନ୍ସି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏନଆଇର କହିବାନୁଯାୟୀ ମଧ୍ୟପ୍ରଦେଶର ଭୋପାଳ ଏବଂ ରାୟସେନ ଜିଲ୍ଲା, ଗୁଜରାଟର ଭଡୋଚ, ସୁରତ, ନବସାରୀ ଏବଂ ଅହମ୍ମଦାବାଦ ଜିଲ୍ଲା, ବିହାରର ଆରାରିଆ ଜିଲ୍ଲା, କର୍ଣ୍ଣାଟକର ଭଟକଲ ଏବଂ ତୁମକୁର ଜିଲ୍ଲା, ମହାରାଷ୍ଟ୍ରର ନାନ୍ଦେଡ ଏବଂ କୋହ୍ଲାପୁର ଜିଲ୍ଲା ସମତେ ଉତ୍ତର ପ୍ରଦେଶର ଦେବବନ୍ଦ ଜିଲ୍ଲାରେ ଆଇଏସଆଇଏସ ଗତିବିଧି ନେଇ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢାଉ ଜାରି ରହିଛି ।