ପରମାଣୁ ଯୁଦ୍ଧରେ ଗୁରୁତର ସେନାଙ୍କ ଚିକିତ୍ସା ପାଇଁ ପ୍ରଥମ ସ୍ୱଦେଶୀ କିଟ୍ : ୨୦ବର୍ଷର ଲଗାତାର ପ୍ରୟାସ ପରେ ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ

46

ଦେଶ ଓ ସେନାର ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ । ତେବେ ଏସବୁ ବ୍ୟତୀତ ସ୍ୱଦେଶୀ ନାରାକୁ ମଧ୍ୟ ସରକାର ଏକସଙ୍ଗେ ଗରୁତ୍ୱ ଦେଉଛନ୍ତି । ସ୍ୱଦେଶୀ ନାରା ସହିତ ସେନାର ସୁରକ୍ଷା ପାଇଁ ଭାରତୀୟ ବୈଜ୍ଞାନିକମାନେ ନୂଆ ଉଦ୍ଭାବନ କରିଛନ୍ତି । ସେମାନେ ଦେଶର ପ୍ରଥମ ଆଣ୍ଟି ନ୍ୟୁକ୍ଲିଆର ମେଡ଼ିକାଲ କିଟ୍ ପ୍ରସ୍ତୁତ କରିଛନ୍ତି । ପରମାଣୁ ଚିକିତ୍ସା ଓ ସହଯୋଗୀ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକମାନେ ମିଳିତ ଭାବେ ଏହି କିଟ୍ ପ୍ରସ୍ତୁତ କରିଛନ୍ତି । ଏହି କିଟକୁ ପରମାଣୁ ଯୁଦ୍ଧ ଓ ରେଡ଼ିଓଧର୍ମୀ ବିକରଣରେ ଗୁରୁତର ଆହତ ହୋଇଥିବା ସୈନିକଙ୍କର ଚିକିତ୍ସା ବ୍ୟବହାର କରାଯାଇପାରିବ ।

୨୦ ବର୍ଷର ଲଗାତାର ପ୍ରୟାସ ପରେ ବୈଜ୍ଞାନିକମାନେ ଏହି କିଟ୍ ପ୍ରସ୍ତୁତ କରିଛନ୍ତି । ଏହି କିଟରେ ପାଖାପାଖି ୨୫ ଟି ସାମଗ୍ରୀ ଅଛି, ଯାହା ଅଲଗା ଅଲଗା ବ୍ୟବହାର କରାଯାଇପାରିବ । ଏଥିରେ ବିକିରଣର ପ୍ରଭାର କମ କରିବାର ପାଇଁ ରେଡ଼ିଓ ପ୍ରୋଟେକ୍ଟ, ବ୍ୟାଣ୍ଡେଜ୍, ଔଷଧ, ମଲମ ଆଦି ସାମିଲ ଅଛି । ସ୍ୱଦେଶୀ ରୂପରେ ଏହି କିଟକୁ ପ୍ରଥମ ଥର ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ବୈଜ୍ଞାନିମାନେ ମତ ଦେଇଛନ୍ତି । ଏହାଦ୍ୱାରା ଖର୍ଚ୍ଚ କମିଯିବା ସହ ଦେଶକୁ ଅନେକ ସୁବିଧା ମିଳିବ ।
ଏବେ ପର୍ଯ୍ୟନ୍ତ ଏହି କିଟକୁ ବିଦେଶରୁ କିଣାଯାଇଥିଲା । ଆମେରିକା ଓ ଋଷ ପରି ବିକଶିତ ଦେଶଗୁଡ଼ିକରୁ ଏହି କିଟ୍ କିଣାଯାଉଥିଲା । ତେବେ ସୂଚନା ଅନୁସାରେ ଏହି କିଟ୍ ଏବେ ପାଇଁ କେବଳ ଅର୍ଦ୍ଧସାମିରିକ ବଳ ଓ ପୋଲିସ ପାଇଁ ତିଆରି କରାଯାଇଛି । ଯେଉଁମାନଙ୍କୁ ବିକରଣ ପାଇଁ ଅଧିକ ବିପଦ ଥାଏ । ଏହାର ବ୍ୟବବାର କୌଣସି ପରମାଣୁ, ରାସାୟନିକ ଆକ୍ରମଣ ସମୟରେ ପରେ ହେଉଥିବା ସୁରକ୍ଷା ଅଭିଯାନ ସମୟରେ କରାଯାଇପାରିବ ।