ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ କଲା ଇଡି ।

71

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହେବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନୋଟିସ୍ ଜାରି କଲା ଇଡି । ଜୁଲାଇ ୨୧ ତାରିଖ ପୂର୍ବରୁ ଇଡି ହାଜର ହେବାକୁ ନୂଆ ନୋଟିସ୍ ଜାରି କରିଛି କଂଗ୍ରେସ । ଏହା ପର୍ବରୁ ଦୁଇ ଥର ହାଜର ହେବାକୁ ସୋନିଆଙ୍କୁ ନୋଟିସ୍ ଜାରି କରିଥିଲେ ମଧ୍ୟ ଅସୁସ୍ଥତା ଦର୍ଶାଇ ହାଜର ହୋଇନଥିଲେ କଂଗ୍ରେସ ଅଧ୍ୟକ୍ଷା । ଗତ ଜୁନ୍ ୨୩ ତାରିଖରେ ଦ୍ୱିତୀୟ ଥର ପାଇଁ ହାଜର ହେବାକୁ ନୋଟିସ୍ ଜାରି କରିଥିଲା ଇଡି । ହେଲେ କୋଭିଡ ସଂକ୍ରମିତ ସୋନିଆଙ୍କୁ ବିଶ୍ରାମ କରିବାକୁ ଡାକ୍ତର ନିର୍ଦ୍ଦେଶ ଦେଇଥିବା କହି ହାଜର ହୋଇନଥିଲେ ସୋନିଆ । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୫ ଦିନ ଜେରା କରିସାରିଛି ଇଡି ।