ବିଶ୍ୱର ୧୦ଟି ଦାମୀ କୁକୁଡ଼ା ବ୍ରିଡ୍, ଦାମ ଜାଣିଲେ ହୋସ୍ ଉଡ଼ିଯିବ । ଗୋଟିଏ ଗୋଟିଏ କୁକୁଡ଼ା ବ୍ରିଡ୍ର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ । କିଭଳି ଦେଖାଯାଏ ଏହି କୁକୁଡ଼ା ଏହାର ବିଶେଷତ୍ୱ କଣ ଜାଣନ୍ତୁ…
ବିଶ୍ୱର ୧୦ଟି ଦାମୀ କୁକୁଡ଼ା ବ୍ରିଡ୍, ଦାମ ଜାଣିଲେ ହୋସ୍ ଉଡ଼ିଯିବ । ଗୋଟିଏ ଗୋଟିଏ କୁକୁଡ଼ା ବ୍ରିଡ୍ର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ । କିଭଳି ଦେଖାଯାଏ ଏହି କୁକୁଡ଼ା ଏହାର ବିଶେଷତ୍ୱ କଣ ଜାଣନ୍ତୁ…
ବିଶ୍ୱରେ ଭିନ୍ନ ଭିନ୍ନ ପ୍ରକାର ଭେଦର କୁକୁଡ଼ା ପ୍ରଜାତି ଦେଖା ଯାଆନ୍ତି । ଏଭଳି କୁକୁଡ଼ା ବିଷୟରେ ଖୁବକମ ଲୋକ ଜାଣନ୍ତି । ଏଭଳି ହିଁ ଏକ କୁକୁଡ଼ା ହେଉଛି ଆୟାମ ସେମାନି । ଏହି କୁକୁଡ଼ାର କେଜି ପ୍ରତି ମୂଲ୍ୟ ୨୫୦୦ ଡଲାର ବା ପାଖାପାଖି ୨ ଲକ୍ଷ ୧୫ ହଜାର ଟଙ୍କା । ଇଣ୍ଡୋନେସିଆରେ ଏହି କୁକୁଡ଼ା ଦେଖାଯାଏ ।
ସେହିଭଳି ଭାରତୀୟ ପ୍ରଜାତିର କୁକୁଡ଼ା ହେଉଛି କଡ଼କନାଥ । ଏହା ମଧ୍ୟ ଭାରତର ଏକାଧିକ ସ୍ଥାନରେ ୨ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ । ଆୟାମ ସେମାନି ଓ କଡ଼କନାଥ ମଧ୍ୟରେ ଖୁବ କମ ତାରତମ୍ୟ ଦେଖାଯାଏ ।
ସେହିଭଳି ଭିଏତନାମ୍ରେ ଏକ ପ୍ରଜାତିରେ କୁକୁଡ଼ା ଦେଖାଯାଏ । ଏହାର ନାମ ଡଙ୍ଗ୍ଟାଓ । ସାଧାରଣ କୁକୁଡ଼ାଠାରୁ ଏହା ଟିକିଏ ଭିନ୍ନ । ଏହାର ମୋଟା ଗୋଡ଼କୁ ଡ୍ରାଗନ୍ ଲେଗ୍ ମଧ୍ୟ କୁହାଯାଏ । ଭିଏତନାମରେ ଏହା ୧ ଲକ୍ଷ ୭ ହଜାର ଟଙ୍କାରୁ ୧ ଲକ୍ଷ ୭୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ ।
ବେଲ୍ଜିୟମରେ ଏକ ନିଆରା ପ୍ରଜାତିର କୁକୁଡ଼ା ଦେଖିବାକୁ ମିଳେ ଯାହାର ନାମ ଲିଜ୍ ଫାଇଟର୍ । ଏହା ମୁଖ୍ୟତଃ ସେଠାରେ କୁକୁଡ଼ା ଲଢ଼େଇରେ ବ୍ୟବହୃତ ହୋଇଥାଏ । କେଜି ପ୍ରତି ଏହା ୮ ହଜାର ୬ ଶହ ଟଙ୍କାରେ ବିକ୍ରି ହେଉଛି ।
ସେହିଭଳି ସ୍ୱିଡେନ୍ରେ ଓଲାଣ୍ଡସ୍କ ଡ୍ୱାର୍ଫ ନାମକ ଏକ ସ୍ୱେଡିସ୍ କୁକୁଡ଼ା ଦେଖିବାକୁ ମିଳେ । ଦେଖିବାକୁ ଏହା ଛୋଟ ଦେଖାଯାଉଥିବା ବେଳେ କିଲୋ ପ୍ରତି ୮ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।
ଆୟାମ ସେମାନି ଭଳି ଦେଖାଯାଉଥିବା କୁକୁଡ଼ା ହେଉଛି ସ୍ୱେଡିସ୍ ବ୍ଲାକ୍ । ଦେଖିବାକୁ ଏହା ସମ୍ପୂର୍ଣ୍ଣ କଳା । ଏହି ପ୍ରଜାତିର ଦେହରେ ଦେଖାଯାଉଥିବା ଫାଇବ୍ରୋମେଲାନୋସିସ୍ ଏହାର କାରଣ । ଏହା ୬ ହଜାର ଟଙ୍କାରେ ବିକ୍ରି ହୁଏ ।
ଆମେରିକାରେ ଦେଖା ଯାଉଥିବା ଏକ ପ୍ରକାର କୁକୁଡ଼ା ହେଉଛି ବ୍ରହ୍ମା । ସାଧାରଣ କୁକୁଡ଼ାଠାରୁ ଏହାର ବ୍ୟବହାର ଶାନ୍ତ ରହିଥାଏ । ଏହା କିଲୋ ପ୍ରତି ୫୫୦ରୁ ୬୦୦ ଟଙ୍କାରେ ବିକ୍ରି ହୋଇଥାଏ ।
ଆକାରରେ ଛୋଟ ଓ ଅଧିକଲୋମ ଯୁକ୍ତ କୁକୁଡ଼ା ହେଉଛି ସିଲ୍କି । ଚୀନରେ ଏହି ପ୍ରଜାତିର କୁକୁଡ଼ା ଅଧିକ ଦେଖିବାକୁ ମିଳିଥାଏ । ସାଧାରଣ କୁକୁଡ଼ା ଏହା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ।
ଜର୍ମାନୀରେ ଏକ ଡେଥ୍ଲେୟାର ପ୍ରଜାତି କୁକୁଡ଼ା ଦେଖିବାକୁ ମିଳିଥାଏ । ସାଧାରଣ କୁକୁଡ଼ାଠାରୁ ଏହାର ଗୋଡ଼ ଟିକିଏ ଲମ୍ବା ଦେଖିବାକୁ ମିଳେ । ଏହା କିଲୋ ପ୍ରତି ୨୧ ହଜାର ଟଙ୍କାରେ ବିକ୍ରି ହେଉଛି ।
ଦାମୀ କୁକୁଡ଼ା ପ୍ରଜାତି ତାଲିକାରେ ରହିଛି ଅରୁଷ୍ଟ । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହି କୁକୁଡ଼ା ଖାପ ଖୁଆଇ ଚଳିପାରେ । ଏହାର ମାଂସପେଶୀ ସାଧାରଣ କୁକୁଡ଼ାଠାରୁ ଟାଣ ।