ନୟାଗଡରୁ ଆରମ୍ଭ ହେଲା ନିଶାମୁକ୍ତ ଅଭିଯାନ : ନିଶାମୁକ୍ତ ଆନ୍ଦୋଳନ ପ୍ରତି ପରିବାରରୁ ହେଉ – ସୌମ୍ୟରଞ୍ଜନ
ଡିସେମ୍ବର ପହିଲାରୁ ଦୁଆର ଦୁଆର ବୁଲି ଦସ୍ତଖତ ସଂଗ୍ରହ
କନକ ବ୍ୟୁରୋ: ନିଶାମୁକ୍ତି ଆନ୍ଦୋଳନ ପ୍ରତି ପରିବାରରୁ ହେଉ । ଏଭଳି ଆହ୍ୱାନ ଦେଇଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ନୟାଗଡ ଜିଲ୍ଲା ଭାପୁର ବ୍ଲକ ବାଇପାସ ହନୁମାନ ମନ୍ଦିରରେ ଖଣ୍ଡପଡା ନିଶାମୁକ୍ତି ଅଭିଯାନ ପକ୍ଷରୁ ଆୟୋଜିକ ବୈଠକରେ ଯୋଗଦେଇ ସାଂସଦ ଏହି ବକ୍ତବ୍ୟ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଏହି ଅଭିଯାନକୁ ନିର୍ଣ୍ଣାୟକ ଭୂମିକାରେ ପହଂଚାଇବା ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରୁ ଦସ୍ତଖତ ଅଭିଯାନ କରାଯିବ ଓ ସେ ନିଜେ ଏହି ବ୍ୟବସ୍ଥାର ତଦାରଖ କରିବେ । ନିଶାମୁକ୍ତ ଓଡିଶା ଗଠନ ପାଇଁ ଖଣ୍ଡପଡା ନିର୍ବାଚନମଣ୍ଡଳୀରୁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାକୁ ଅଧିକ ପ୍ରଭାବୀ କରିବା ଲାଗି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ସେ କହିଥିଲେ, ନିଶାମୁକ୍ତି ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଅପେକ୍ଷା ପ୍ରତି ପରିବାରରୁ ଏକ ସାମାଜିକ ସଂସ୍କାରର ଆନ୍ଦୋଳନ ରୂପେ ଏହା ଆରମ୍ଭ ହେବା ଦରକାର । ଏଥିରେ ଅଭିଯାନର କର୍ମକର୍ତା ଓ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ସାମିଲ ହୋଇଥିଲେ ।