ବୁଲନ୍ଦସର ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନସିରୁଦ୍ଦିନ ଶାହା ! କହିଛନ୍ତି, ଏବେ ମଣିଷମାନଙ୍କଠାରୁ ଗାଈମାନଙ୍କ ଜୀବନ ଅଧିକ ମୂଲ୍ୟବାନ

ବଲିଉଡର ଅଭିନେତା ନସିରୁଦ୍ଦିନ୍ ଶାହା ନିଜର ସ୍ୱତନ୍ତ୍ର ଅଭିନୟ ଲାଗି ପ୍ରସିଦ୍ଧ। ନିକଟରେ  ସେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି ।

623
ବଲିଉଡର ଅଭିନେତା ନସିରୁଦ୍ଦିନ୍ ଶାହା ନିଜର ସ୍ୱତନ୍ତ୍ର ଅଭିନୟ ଲାଗି ପ୍ରସିଦ୍ଧ। ନିକଟରେ  ସେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ସେ ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ଏବେ ବୁଲନ୍ଦସରରେ ପୁଲିସକର୍ମୀଙ୍କୁ ହତ୍ୟା କରାଯିବା ନେଇ ନିଜର ମତ ରଖିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ତାଙ୍କ କହିବା ଅନୁଯାୟୀ, ଏବେ ଦେଶର ସ୍ଥିତି ବହୁତ ଖରାପ । ସମାଜରେ ବିଷ ଖେଳି ଯାଇଛି । ଏବେ ଲୋକମାନେ ଆଇନକୁ ହାତକୁ ନେବା ପାଇଁ ପଛାଉ ନାହାନ୍ତି । ଆଜିକାଲି ମନ ଇଚ୍ଛା ଯିଏ ଯାହାକୁ ଚାହୁଁଛି ହତ୍ୟା କରୁଛି । କିନ୍ତୁ କେହି କିଛି କରି ପାରୁ ନାହାନ୍ତି । ଏବେ ଏକ ଗାଈର ଜୀବନ ମଣିଷ ଜୀବନ ଠାରୁ ଅଧିକ ମୂଲ୍ୟବାନ ହୋଇ ଯାଇଛି । ଏଭଳି ପରିସ୍ଥିତି ଦେଖି ମୋତେ ମୋ ପିଲାମାନଙ୍କ କଥା ଭାବି ଚିନ୍ତା ଲାଗିଲାଣି । ଯଦି କେହି ମୋ ପିଲାମାନଙ୍କୁ ଘେରି ତାଙ୍କୁ ପଚାରେ ତୁମେ ହିନ୍ଦୁ ନା ମୁସ୍ଲିମ୍? ଏହି ପ୍ରଶ୍ନର ଉତ୍ତର ମୋ ପିଲାମାନଙ୍କ ପାଖରେ ନଥିବ । କାରଣ ମଜହବର ତାଲିମ୍ ମୋତେ ମିଳିଥିଲା । କିନ୍ତୁ ମୁଁ ମୋ ପିଲମାନଙ୍କୁ ଦେଇ ନାହିଁ । ମୋ ହିସାବରେ ଭଲ ଏବଂ ଖରାପ ହେବା ସହ ମଜହବର କୌଣସି ସଂପର୍କ ନଥାଏ । ମଣିଷର ମାନବିକତା ହିଁ ତାହାର ଧର୍ମ ହେବା ଦରକାର ବୋଲି ଏକ େଓ୍ଵବ୍ସାଇଟକୁ ସାକ୍ଷାତକାର ଦେଇ କହିଥିଲେ ନସିରୁଦ୍ଦିନ୍ ଶାହା ।