ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହା ଅସୁସ୍ଥ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ।

313

କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ । ମଙ୍ଗଳବାର ଏନେଇ ଜଣାପଡିବା ପରେ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରତ୍ନା ପଠକ ଶାହା । ତାଙ୍କ ଫୁସଫୁସରେ ନିମୋନିଆର ଏକ ଛୋଟ ପ୍ୟାଚ୍ ଥିବା ଜଣାପଡିବା ପରେ ତାଙ୍କୁ ଖାରର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବେ ତାଙ୍କୁ ଖୁବ ଶୀଘ୍ର ଡିସଚାର୍ଜ କରାଯିବା ବୋଲି କହିଛନ୍ତି ପତ୍ନୀ ।

ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ନାସିରୁଦ୍ଦିନ ଶାହାଙ୍କୁ ଶେଷ ଥର ପାଇଁ ୨୦୨୦ ଡ୍ରାମା ମେ ରାକ୍ସାମରେ ଏବଂ ଏହାପୂର୍ବରୁ ଆମାଜନ ପ୍ରାଇମ ଭିଡିଓର ୱେବ୍ ଧାରାବାହିକ ବନ୍ଦିସ ବଣ୍ଡିଟ୍ସରେ ଦେଖିବାକୁ ମିଳିଥିଲା । ବନ୍ଦିସ ବଣ୍ଡିଟ୍ସରେରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ୱେବ୍ ଧାରାବାହିକଟି ରିଲିଜ ପରେ ଖୁବ ଚର୍ଚ୍ଚାରେ ରହିଥିଲା ।