କନକ ବ୍ୟୁରୋ : ଚଳିତବର୍ଷର ଜୁଲାଇ ମାସର ଗୀଷ୍ମପ୍ରବାହ ସବୁ ରେକର୍ଡ ଭାଙ୍ଗିଛି । ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତ୍ତପ୍ତ ମାସ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଜଣେ ଜଳବାୟୁ ବୈଜ୍ଞାନିକ ଏଭଳି ତଥ୍ୟ ରଖିଛନ୍ତି । ପରିବେଶରେ ସବୁଜ ଗ୍ୟାସର ଲଗାତାର ନିର୍ଗମନ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ସେହିପରି ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗରରେ ଏଲନିନୋର ପ୍ରଭାବ ବୃଦ୍ଧି ଯୋଗୁଁ ତାପମାତ୍ରା ବଢିଥିବା ସେ ଦର୍ଶାଇଛନ୍ତି । ଅନେକ ସ୍ଥାନରେ ତାପମାତ୍ରା ଚଳିତବର୍ଷ ୪୨ ଡିଗ୍ରୀ ପାର୍ କରିଛି । ୧୮୦୦ ଦଶକ ତାପମାତ୍ରାର ରେକର୍ଡ ରଖିବା ଆରମ୍ଭ ଠାରୁ ଏବେ ଯାଏଁ ଚଳିତବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ମଧ୍ୟ କୁହାଯାଇଛି । ଅନ୍ୟପଟେ ଆଗକୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଆହୁରି ବଢିବା ନେଇ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି ।