କନକ ବ୍ୟୁରୋ : ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାକୁ ନାସାର ମହାମିଶନ ଆରମ୍ଭ ହୋଇଛି । ନାସାର ଡବଲ ଏଷ୍ଟ୍ରୋଏଡ ରେଡିଏସନ୍ ଟେଷ୍ଟ୍ ଦ୍ୱାରା ପ୍ରସ୍ତୁତ ହୋଇଛି ଡିମୋଫୋର୍ସ ସ୍ପେସ କ୍ରାଫ୍ଟ । ଆଜି ଏହି ସ୍ପେଶ କ୍ରାଫ୍ଟର ପରୀକ୍ଷଣ ନାସା କରିବାକୁ ଯାଉଛି । ଏହି ସ୍ପେଶ କ୍ରାଫ୍ଟ ମହାକାଶରେ ହିଁ ଆସୁଥିବା ଗ୍ରହଣକୁ ଧକ୍କା ଦେଇ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିବ ।

Advertisment

୬୬୦କେଜି ଓଜନର ଏହି ସ୍ପେଶ କ୍ରାଫ୍ଟ ପ୍ରତି ଘଣ୍ଟା ବେଗରେ ୨୨ହଜାର କିଲୋମିଟର ବେଗରେ ଗ୍ରହାଣୁକୁ ଧକ୍କା ଦେବ । ଏଷ୍ଟ୍ରୋଏଡ ରେଡିଏସନ୍ ଟେଷ୍ଟ ଯୋଗୁ ଗ୍ରହାଣୁ ସହ ଧକ୍କା ଅତି ଭୀଷଣ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ପରୀକ୍ଷଣ ସମୟରେ ପୃଥିବୀ ପ୍ରତି କୌଣସି ବିପଦ ନଥିବା ନାସା କହିଛି ।