କନକ ବ୍ୟୁରୋ: ନିକଟରେ ନାସା ସୂର୍ଯ୍ୟଙ୍କ ଏପରି ଏକ ଫଟୋ ଜାରି କରିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ, ବିଶେଷ କରି ଭାରତୀୟ । ନାସା ଜାରି କରିଥିବା ଫଟୋରେ ସୂର୍ଯ୍ୟ ହସୁଥିବା ଦେଖିବାକୁ ମିଳୁଛି । ଏବେ ପ୍ରସିଦ୍ଧ ଛଟ୍ ପୂଜା ଚାଲିଥିବାବେଳେ ଖୁସିରେ ସୂର୍ଯ୍ୟଦେବ ହସୁଥିବା ଟ୍ରେଣ୍ଡ ହେଉଛି ।
ପିଲାମାନେ ଅନେକ ସମୟରେ ସୂର୍ଯ୍ୟଙ୍କ ଚିତ୍ର ଆଙ୍କି ସେଥିରେ ଆଖି ନାକ ପାଟି କରିଦେବାର ଦେଖାଯାଏ । ତେବେ ପିଲାଙ୍କ ଏହି ଛବିକୁ ଆଉ କାଳ୍ପନିକ କୁହାଯାଇପାରିବ ନାହିଁ । କାରଣ ନାସା ସାଟେଲାଇଟ୍ କ୍ୟାମେରାରେ ଧରାପଡିଛି ସୂର୍ଯ୍ୟଙ୍କ ହସିଲା ହସିଲା ମୁହଁ । ଏନେଇ ଆମେରିକାର ମହାକାଶ ଏଜେନ୍ସି ମଧ୍ୟ ଦାବି କରିଛି ।

Advertisment

ନାସା ବୈଜ୍ଞାନିକଙ୍କ କହିବା ମୁତାବକ, ସୂର୍ଯ୍ୟଙ୍କ ଏହି ହସିଲା ଫଟୋ ଚଳିତ ସପ୍ତାହରେ ହିଁ ଉଠାଯାଇଛି । ଏହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେବ । ସୂର୍ଯ୍ୟଙ୍କ ଏହି ଫଟୋରେ ଏପରି କିଛି ପ୍ୟାଟର୍ଣ୍ଣ ଉଠିଛି ଯାହାକୁ ଦେଖିଲେ ସୂର୍ଯ୍ୟ ହସିବା ପରି ଦେଖାଯାଉଛନ୍ତି । ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ଏହାକୁ Smiling Sun  କ୍ୟାପସନ୍ ଦେଇଛି ।

ନାସା ଟ୍ୱିଟ୍ କରି କହିଛି ଯେ, ନାସାର ସୋଲାର ଡାଇନାମିକ୍ସ ଅବଜେରଭେଟୋରୀ ସୂର୍ଯ୍ୟଙ୍କୁ ହସୁଥିବାବେଳେ ଫଟୋ ଉଠାଇଛି । ପ୍ରକୃତ କଥା ହେଉଛି ସୂର୍ଯ୍ୟଙ୍କଠାରେ ଦେଖାଯାଉଥିବା ଏହି କଳା ଅଂଶ ହେଉଛି କୋରୋନଲ ହୋଲ Coronal holes  । ଏଠାରୁ ସୂର୍ଯ୍ୟଙ୍କ ଠାରୁ ଦ୍ରୁତ ଗତିରେ ପବନ ଅନ୍ତରୀକ୍ଷ ଆଡକୁ ଗତି କରେ ।