ଶେଷ ହେଲା ଅପେକ୍ଷା, କୃଷିମନ୍ତ୍ରୀ କହିଲେ କେବେ ମିଳିବ ପି.ଏମ କିଷାନ ନିଧି ଯୋଜାନର ୧୧ ତମ କିସ୍ତି

574

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନାମରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ମୁତାବକ ଦେଶର ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହି ୬ ହଜାର ଟଙ୍କାକୁ କେନ୍ଦ୍ର ସରକାର ୩ ଟି କିସ୍ତିରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରୁଛନ୍ତି । ଏପର୍ଯ୍ୟନ୍ତ ଦେଶର କୃଷକମାନଙ୍କୁ ଏହି ଯୋଜନାରେ ୧୦ ଟି କିସ୍ତି ମିଳିସାରିଛି । ହେଲେ କେବେ ୧୧ ତମ କିସ୍ତି ଆସିବ ସେନେଇ କୃଷକମାନେ ଅପେକ୍ଷା କରିଥିବା ବେଳେ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।

ମଧ୍ୟପ୍ରଦେଶରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ କହିଛନ୍ତି କି ମଇ ୩୧ ତାରିଖରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ୩୧ ତମ କିସ୍ତି କୃଷକମାନଙ୍କ ଖାତାକୁ ପଠାଇବେ । ଆପଣଙ୍କୁ କହିରଖୁ କି ୧୧ ତମ କିସ୍ତି ପାଇବାକୁ କୃଷକମାନେ ଇ-କେୱାଇସି କରିବାର ଆବଶ୍ୟକତା ରହିଛି । ସୂଚନା ମୁତାବକ ଏହି ଯୋଜନାରୁ ଲାଭ ପାଉଥିବା ୧୨.୫ କୋଟି କୃଷକ ସେମାନଙ୍କ ଇ-କେୱାଇସି ପ୍ର୍ରକ୍ରିୟା ପୁରା କରିସାରିଛନ୍ତି । ବାକି ଯେଉଁମାନେ ରହିଛନ୍ତି ସେମାନେ ତୁରନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ ଅନୁରୋଧ କରାଯାଇଛି ।