ବିଜେପିର ମିଶନ ୨୦୨୪ : ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ୧୪୪ ଆସନରେ କରିବେ ବଡ ରାଲି

ବିଜେପିର ମିଶନ ୨୦୨୪ : ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ୧୪୪ ଆସନରେ କରିବେ ବଡ ରାଲି

କନକ ବ୍ୟୁରୋ : ବିଜେପିର ମିଶନ ୨୦୨୪ । ସାଧାରଣ ନିର୍ବାଚନ ପୂର୍ବରୁ ବଡ ବଡ ରାଲି କରିବ ବିଜେପି । ଆଉ ଏହି ରାଲିର ନେତୃତ୍ୱ ନେବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ୧୪୪ ଲୋକସଭା ଆସନରେ ଦଳ ହାରିଥିଲା ସେହି ଆସନକୁ କିପରି ମଜବୁତ କରିହେବ ସେ ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା ।

ଏହି ଆସନ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଏବରେଲୀ ଲୋକସଭା ଆସନ, ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବଡ ବଡ ନେତାଙ୍କ ଲୋକସଭା ଆସନ ରହିଛି । ଖୋଦ୍ ବିଜେପିର ଚାଣକ୍ୟ ଅମିତ ଶାହ ଏବଂ ଦଳର ସଭାପତି ଜେପି ନଡ୍ଡା ଏହି ରଣନୀତି ପ୍ରସ୍ତୁତ କରିଛନ୍ତି । ହାରିଥିବା ୧୪୪ ଲୋକସଭା ଆସନକୁ ୪୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦ଟିରେ ରାଲି କରିବାର ସମ୍ଭାବନା ରହିଥିବା ବେଳେ ଅବଶିଷ୍ଟ ୧୦୪ଟି ଆସନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମାନେ ସାଧାରଣ ସଭା କରିବେ । ଲୋକସଭା ପ୍ରବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏହି ସବୁ ରାଲି ହେବ ।

ଏଥିପାଇଁ ୪୦ ମନ୍ତ୍ରୀଙ୍କୁ ବିଜେପି ୫ ସୂତ୍ରୀ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ସୂଚନାନୁସାରେ, ଦଳ ଯେଉଁଠି ରାଲି କରିବ ସ୍ଥାନୀୟ ନେତା ପ୍ରଭାବଶାଳୀ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ସହ ନିୟମିତ ବୈଠକ କରିବେ । ଅସନ୍ତୁଷ୍ଟ ନେତାଙ୍କୁ ମନାଇବେ । ସ୍ଥାନୀୟ ସାଂସ୍କୃତିକ ଓ ସାମାଜିକ କାମରେ ସାମିଲ ହେବା ରାତିରେ ସ୍ଥାନୀୟ ଲୋକଙ୍କ ଘରେ ରାତ୍ରୀଯାପନ କରିବେ । ଏହା ବ୍ୟତୀତ ସ୍ଥାନୀୟ ପ୍ରଭାବଶାଳୀ ଭୋଟର ବିଶେଷକରି ଆଇନଜୀବୀ, ଡାକ୍ତର, ପ୍ରଫେସର, ବ୍ୟବସାୟୀଙ୍କୁ ଏହି ସମୟରେ ସାମିଲ କରିବାକୁ ପ୍ରୟାସ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe