୬୮ ବର୍ଷରେ ପାଦ ଦେଲେ ମୋଦି । ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଛୁଟୁଛି ଶୁଭେଚ୍ଛାର ସୁଅ ଦେଶ ବିଦେଶସ୍ପେଶାଲ୍ ରିପୋର୍ଟ By Kanak News Bureau On Sep 17, 2018 - 8:27 AM Last updated Sep 17, 2018 - 8:29 AM 58 Share କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୮ ବର୍ଷରେ ପାଦ ଦେଉଛନ୍ତି । ସାରା ଦେଶରୁ ମୋଦିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଚଳିତଥର ମୋଦି ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଜନ୍ମଦିନ ପାଳନ କରିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋଦି କାଶୀ ବିଶ୍ୱନାଥଙ୍କୁ ଆଜି ଦର୍ଶନ କରିବେ ବୋଲି ଜଣାପଡିଛି । ତେବେ ମୋଦି ନିଜର ଜନ୍ମଦିନ ଅବସରରେ ସେଠାରେ ୫ ହଜାର ପିଲାମାନଙ୍କ ସହ ମିଶି ଚଳଚ୍ଚିତ୍ର ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦିଙ୍କ ଜନ୍ମଦିନକୁ ଦୃଷ୍ଟିରେ ରଖି ବିଜେପି ନେତାମାନେ ମଧ୍ୟ ଚଳଚଞ୍ଚଳ ହୋଇଥିବା ଦେଖାଯାଉଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ବାରାଣାସୀରେ ହିଁ ଅନେକ ବିିଜେପି ନେତାମାନେ ଉପସ୍ଥିତ ରହିବା ସହ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ । ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ଅନେକ ନେତା ଶୁଭେଚ୍ଛା ଜଣାଇବା ଆରମ୍ଭ କଲେଣି । ଏହାସହ ମୋଦିଙ୍କ ଫେସବୁକ ଓ ଟୁଇଟରରେ ମଧ୍ୟ ଅନେକ ବାର୍ତ୍ତା ଆସିବାରେ ଲାଗିଛି । ମୋଦି ନିଜର ଜନ୍ମଦିନ ଅବସରରେ ଦେଶର ଯୁବ ପୀଢିଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ରଖିବେ ବୋଲି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସବୁବେଳେ ଫିଟ ନେସର କଥା କହୁଥିବା ମୋଦି କିପରି ଭାବରେ ଯୋଗ କଲେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ ତାହା କହିପାରନ୍ତି ବୋଲି ସୂଚନା ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋଦି ଏକାବେଳେକେ ୫ ହଜାର ପିଲାମାନଙ୍କ ସହ ଚଳଚ୍ଚିତ୍ର ଦେଖିବେ । ତେବେ ମୋଦିଙ୍କ ବାରଣାସୀ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୂର୍ବରୁ ଗୁଇନ୍ଦାବିଭାଗ ସୂଚନା ଦେଇଛି ଯେ, ମୋଦିଙ୍କୁ କେହି ଜଣେ ମହିଳା ଆତଙ୍କବାଦୀ ବେଶରେ ଆସି କ୍ଷତି ପହଞ୍ଚାଇପାରେ । ତେଣୁ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ସୂଚନା ମିଳିଛି । ମୋଦି ପ୍ରଥମେ ଡିରିକାରେ କିଛି ସମୟ ରହିବା ପରେ ନରଉର ସ୍ଥିତି ଏକ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିବେ । ସେଠାରେ ସେ ବିଦ୍ୟାଳୟକୁ ଅନୁଧ୍ୟାନ କରିବା ସହ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ସେଠାରୁ ଫେରିବା ପରେ କାଶୀ ବିଦ୍ୟାପୀଠର ଛାତ୍ରଙ୍କ ସହ ଆଲୋଚନା କରିବେ ମୋଦି । ଏହା ପରେ ଭାରତୀୟ ଜନତା ପାର୍ଟିର ପଦାଧୀକାରୀଙ୍କ ସହ ସେ ଆଲୋଚନା କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିଏଚୟୁରେ ଏକ ଜନସଭା କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଇପିଡିଏସ, ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା, ନାଗେପୁର ଗ୍ରାମ ପେୟଜଲ ଯୋଜନା, ଅଟଳ ଇକ୍ୟୁବେସନ ସେଂଟର ଆଦିର ଲୋକାର୍ପଣ ସହ ବିଏଚୟୁରେ ବୈଦିକ ବିଜ୍ଞାନ କେନ୍ଦ୍ର, ଏବଂ କିଛି ବିଦ୍ୟୁତ ଉପକେନ୍ଦ୍ରକୁ ଶିଳାନ୍ୟାସ କରିବେ । 58 Share FacebookTwitterGoogle+WhatsAppTelegramEmailPrint