ୟୁକ୍ରେନ-ରୁଷିଆ ଯୁଦ୍ଧ ସଂପର୍କରେ ଜର୍ମାନୀରେ ମୋଦୀଙ୍କ ବଡ଼ ବୟାନ: କହିଲେ, ସମସ୍ତଙ୍କର ହେବ କ୍ଷତି, କାହାର ହେବନି ବିଜୟୀ

178

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ଘନଘଟା ମଧ୍ୟରେ ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ଲିନ ପହଁଚିବା ପରେ ମୋଦୀଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଯୁଦ୍ଧରେ ସମସ୍ତଙ୍କର କ୍ଷତି ହେବ, କାହାର ହେବନି ବିଜୟ । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଶାନ୍ତି ଉପରେ ପଡ଼ିଛି । ପ୍ରତ୍ୟେକ ଦେଶ ପରିସ୍ପର ଉପରେ ନିର୍ଭରଶୀଳ, ତାହା ପ୍ରମାଣିତ ହୋଇଛି । ଯୁଦ୍ଧର ପ୍ରଥମ ଦିନରୁ ଭାରତ ଯୁଦ୍ଧ ବିରାମ ପାଇଁ କହିଆସିଛି । ଆଗକୁ ମଧ୍ୟ ଏହା ଜାରି ରହିବ । ରୁଷ ଓ ୟୁକ୍ରେନରେ ଯେଉଁ ମାନବୀୟ ସଂକଟ ୁପୁଜିଛି, ତେôପାଇଁ ଭାରତ ବିଶେଷ ଭାବେ ଚିନ୍ତିତ ରହିଛି । ଖାିବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ସାରା ବିଶ୍ୱରେ ବଢି ଚାଲଇଛି । ୟୁକ୍ରେନକୁ ଭାରତ ମାନବୀୟ ସହାୟତା ଯୋଗାଇ ଆସିଛି । ଏହା ଜାରି ରହିବ ।

ଆଲେଚେନା ମାଦ୍ରମରେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ଗସ୍ତ ମମୟରେ ଜର୍ମାନୀ ଓ ଭାରତ ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଦୀ ଜର୍ମାନୀ ସମେତ ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବେ । ଏହି ଗସ୍ତ ବେଳେ ମୋଦୀଙ୍କର ୨୫ଟି ବୈଠକ ରହିଥିବା ବେଳେ ୮ ୟୁରୋପୀୟ ନେତାଙ୍କୁ ଭେଟିବେ । ରାଜଧାନୀ ବର୍ଲିନରେ ପହଁଚିବା ପରେ ଭାରତୀୟ ସମୁଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ହୋଟେଲ ଆଡଲୋନ କେମ୍ପିନସ୍କିରେ ପହଁଚିବା ପରେ ବନ୍ଦେ ମାତରମ୍ ଓ ଭାରତ ମାତାକି ଜୟ ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହିସମୟରେ ସେଠାରେ ଉପସ୍ଥିତ ଥିବା କିଛି ଛୋଟ ପିଲାଙ୍କ ସହ କଥା ହୋଇଥିଲେ ମୋଦୀ । ଏକ ଛୋଟ ଝିଅ ମୋଦୀଙ୍କୁ ଆଙ୍କିଥିବା ତାଙ୍କର ଏକ ଛବି ଉପହାର ଭାବେ ଦେଇଥିଲେ । ସେହିପରି ଏକ ଛୋଟ ବାଳକ ମୋଦୀଙ୍କ ପାଇଁ ଦେଶାତ୍ମବୋଧ ଗୀତ ଗାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଗୀତରେ ତାଳ ମିଶାଇ ଗାଉଥିବାର ଦେଖିବାକୁ ମିଳିଥିଲା । ତେବେ ଯୁଦ୍ଧ ପରିସ୍ଥିତିରେ ମୋଦୀଙ୍କ ୟୁରୋପ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।