କଳିକେଶ, ନରସିଂହ କଥା କଟାକଟି । କଳାକାରଙ୍କ କଳିକୁ ନେଇ ପରସ୍ପରକୁ କଟାକ୍ଷ

100

କନକ ବ୍ୟୁରୋ : ଓଲିଉଡ୍ ବିବାଦରେ ରାଜନୀତିର ରଂଗ ଲାଗିବା ପରେ, ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବଲାଙ୍ଗୀର ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ସାଂସଦ କଳିକେଶ ସିଂଦେଓ । ସେ ସିଧାସିଧା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଥିବା କଳିକେଶ ଅଭିଯୋଗ କରିଛନ୍ତି । କଳିକେଶଙ୍କ ଅଭିଯୋଗର ଜବାବ ରଖି ନରସିଂହ ମିଶ୍ର କହିିଛନ୍ତି, ରାଜନ÷ତିକ ଲୋକ ରାଜନୀତି ନକରି କ’ଣ କରିବୁ?

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଳିକେଶ, ନରସିଂହଙ୍କୁ କେବଳ କଳାକାରଙ୍କ କଳିକୁ ନେଇ ନୁହେଁ ବଲାଙ୍ଗୀରର ବିକାଶ ପ୍ରସଙ୍ଗରେ କଟାକ୍ଷ କରିଛନ୍ତି । ବିଧାୟକ ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ପଚାରିଛନ୍ତି । ଏବଂ ଶସ୍ତା ରାଜନୀତି କହି ନିନ୍ଦା କରିଛନ୍ତି । ଜବାବରେ କଳିକେଶଙ୍କୁ ପର୍ଯ୍ୟଟକ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ । କହିଛନ୍ତି, ଯେଉଁମାନେ ବଲାଙ୍ଗୀରରେ ରୁହନ୍ତି ନାହିଁ ସେମାନେ କେମିତି ଜଣିବେ କ’ଣ ବିକାଶ ହୋଇଛି ।.. ଅନଙ୍ଗ ଉଦୟ ସିଂଦେଓ ମଧ୍ୟ କଳାକାରଙ୍କୁ ନେଇ ରାଜନୀତି ନକରିବାକୁ କହିଛନ୍ତି ।

କଳାକାରଙ୍କ କଳି ଭିତରେ ପ୍ରଥମ ନେତା ଭାବେ ନରସିଂହ ମିଶ୍ର ସାମନାକୁ ଆସି ମନୋଜ ମିଶ୍ରଙ୍କୁ ସମର୍ଥନ କରିଥିଲେ । ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର କରାନଗଲେ, ଓଡିଶା ଦୁଇ ଭାଗ ହୋଇଯିବ ବୋଲି କହିଥିଲେ । ନରସିଂହଙ୍କ ଭଳି ବରିଷ୍ଠ ନେତା ଏଭଳି ବୟାନ ଦେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।