କଂଗ୍ରେସର କକ୍ଷତ୍ୟାଗ ପରେ ବି ଚାଲିଲା ଗୃହ : କ୍ଷୋଭ ପ୍ରକାଶ କଲେ ନରସିଂହ ମିଶ୍ର, ପ୍ରକୃତ ବିରୋଧୀ ଦଳ ଅନୁପସ୍ଥିତିରେ ଚାଲିଲା ବିଧାନସଭା ଅଧିବେଶନ

258

କନକ ବ୍ୟୁରୋ : ବିଜେପି ପାଖରେ ବିରୋଧୀ ଦଳ କହିବାର କୌଣସି ଅଧିକାର ନାହିଁ । ସାରା ଭାରତ ବର୍ଷରେ ବିଜେପି-ବିଜେଡ଼ି ଇତିହାସ ସୃଷ୍ଟି କରିଛି । ଉଭୟ ଦଳ ମଧ୍ୟ ଭିତିରିଆ ବୁଝାମଣା ରହିଛି । ମିଳିତ ଭାବେ କାର୍ଯ୍ୟ କରୁଥିବା ନେଇ ଉଭୟ ଦଳ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ହେଁ ବିଜେଡ଼ି ସମର୍ଥନରେ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିଛି । ସରକାରୀ ଦଳ ପାଖରେ ସଂଖା ଥାଇ ମଧ୍ୟ ବିଜେପିକୁ ଗୋଟିଏ ଲୋକସଭା ଆସନ ବିଜେଡ଼ି ଦାନ କରିଛି । ଆଉ ଏଥିରୁ ସ୍ପଷ୍ଟ ଅନୁମେୟ ବିଜେପି ଗୃହରେ ପ୍ରକୃତ ବିରୋଧୀ ଦଳ ନୁହେଁ । ବିଜେପି ବର୍ତ୍ତମାନ ସରକାରୀ ଦଳର ବୋଲି କିହିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।

ନିର୍ବାଚନ ଫଳାଫଳ ଆସିବା ପରେ ପରିବର୍ତ୍ତତ ସମୀକରଣ ରାଜ୍ୟବାସୀ ଦେଖିସାରିଛନ୍ତି । କଂଗ୍ରେସ କହିଛି ଉଭୟ ଦଳର ଭିତିରି ବୁଝାମଣାର ନେଇ କେନ୍ଦ୍ରମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି । ଲୁଚାଚୋରାରେ ନୁହେଁ ଖୋଲାଖୋଲି ଭାବରେ ଉଭୟ ଦୁଇ ମଧ୍ୟରେ ବୁଝାମଣା ରହିଛି । ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣରେ ମଧ୍ୟ ସ୍ୱଷ୍ଟ ଜଣାପଡ଼ୁଛି ବିଜେପି-ବିଜେଡ଼ି ଏବେ ସରକାରୀ ଦଳ । ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ରହିଛି । ହେଲେ ଆଜି ରାଜ୍ୟପାଳ ମଧ୍ୟ ସେକଥା ଉଠାଇନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।ବିଜେପି ଦଳର ନେତାଙ୍କୁ ବିରୋଧୀ ଦଳ ମାନ୍ୟତା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସରକାରୀ ଦଳର ଅଂଶ ହୋଇଥିବାରୁ ବିଜେପି ବିରୋଧୀ ଦଳ ମାନ୍ୟତା ପାଇବା କଥା ନୁହେଁ । ଗୃହରେ ବିରୋଧୀ ଦଳ ନେତା ନେଇ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ ।

ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତା ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ । ଆଉ ଏଥିପାଇଁ କଂଗ୍ରେସ ଗୃହରେ ଆପତ୍ତି କରିଥିଲା । ହେଲେ ଆପତ୍ତିକୁ ଅଣଦେଖା କରି ବାଚସ୍ପତି ଗୃହ ଚଳାଇଥିଲେ । ଲୋକସଭା , ରାଜ୍ୟସଭା ଓ ବିଧାନସଭାରେ ଏକ ପରମ୍ପରା ରହିଛି । ଗୃହରେ କିଛି ବ୍ୟାଘାତ ଘଟିଲେ, ସେହି ସମୟରେ ଗୃହ ମୁଲତବି କରାଯିବାର ନିମୟ ରହିଛି । ଆଉ ତା’ପରେଗୃହ କିପରି ସୂଚାରୁରୂପେ ଚାଲିବ ସମସ୍ତ ଦଳର ନେତାଙ୍କ ଆଲୋଚନା ଆଧାରରେ ନିଷ୍ପତ୍ତି ନିଆଯାଏ । କିନ୍ତୁ ଆଜି ମାନ୍ୟବର ବାଚସ୍ପତି କାବା ପରି ଅଭିନୟ କରିଛନ୍ତି । ଆଉ ତାହାର ପ୍ରତିବାଦ ସ୍ୱରୂପ କଂଗ୍ରେସ କକ୍ଷତ୍ୟାଗ କରିଥିଲା ।