ନନ୍ଦନକାନନରେ ଆଖି ବୁଜିଲା ସିଂହୁଣୀ ବିନି । ବାର୍ଦ୍ଧକ୍ୟ ଜନିତ କାରଣରୁ ୧୭ ବର୍ଷ ବୟସରେ ମୃତ୍ୟୁ । ନନ୍ଦନକାନନରୁ ଲୋପ ପାଇଲା ଆଫ୍ରିକୀୟ ସିଂହ ବଂଶ
କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚାଲିଗଲା ଆଫ୍ରିକୀୟ ସିଂହୁଣୀର ଜୀବନ । ଏକ ମାତ୍ର ଆଫ୍ରିକୀୟ ସିଂହୁଣୀ ‘ବିନି’ର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଛି । ଫଳରେ ନନ୍ଦନକାନନରୁ ଆଫ୍ରିକୀୟ ସିଂହ ବଂଶ ଲୋପ ହୋଇଛି । ବିନିକୁ ୧୭ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା । ଯେଉଁ କାରଣରୁ ସେ ଭଲରେ ଖିଆପିଆ କରିପାରୁନଥିଲା । ତାକୁ ୨୯ ନମ୍ବର ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା । ସ୍ୱାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ଦାନ୍ତ ଝଡ଼ି ଯାଇଥିବାରୁ ତାକୁ କୁକୁଡା ମାଂସ ଗୁଣ୍ଡ କରି ଖାଇବାକୁ ଦିଆଯାଉଥିଲା । ୨୦୧୫ ମସିହାରେ ବିନିକୁ ମାତ୍ର ୮ ବର୍ଷର ହୋଇଥିବା ବେଳେ ଇସ୍ରାଏଲର ତେଲ ଅବିବରୁ ନନ୍ଦନକାନନକୁ ଅଣାଯାଇଥିଲା । ଏବେ ନନ୍ଦନକାନନରେ ଆଫ୍ରିକୀୟ ଓ ଏସୀୟ ସିଂହକୁ ମିଶାଇ ମୋଟ ୨୧ଟି ସିଂହ ରହିଛନ୍ତି ।