ଅଜବ ! ଜେଲରେ ବନ୍ଦୀ , ହେଲେ ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ସାମିଲ୍ 

33

କୋଲକତା : କଏଦୀମାନଙ୍କ ତାଲିକାକୁ ନେଇ କୋଲକତା  ପୁଲିସ୍ ର ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ପୁଲିସ୍ ଅଫିସିଆଲ୍ ୱେବସାଇଟ୍ ରେ ଏବେ ବି କଏଦୀଙ୍କ ନାଁ ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ରହିଛି , ଯେଉଁମାନେ କି ପୂର୍ବରୁ ଗିରଫ ହୋଇ ଜେଲର ଚାରି କାନ୍ଥ ଭିତରେ । କୋଲକତା ପୁଲିସ୍  ଅନୁସାରେ ଫେସବୁକ୍ ପେଜରେ ତ ସବୁ ଅପଡେଟ୍ କରାଯାଉଛି , କିନ୍ତୁ ଅଫିସିଆଲ୍ ୱେବସାଇଟରେ ଅଧିକ ଦିନ ଧରି ସେମିତି ପୁରୁଣା ସୂଚନା ସବୁ ରହିଛି । କିଛି ବି ଅପଡେଟ୍ ହୋଇନାହିଁ ।  ବର୍ତ୍ତମାନ ସ୍ଥିତି ବିଷୟରେ କୌଣସି ସୂଚନା ୱେବସାଇଟରେ ନାହିଁ । ୱେବସାଇଟରେ ଯେଉଁ ବ୍ୟକ୍ତିଙ୍କର ସୂଚନା ଜଣେ ମୋଷ୍ଟ ୱାଂଟେଡ୍ ଅପରାଧି ଭାବରେ ଦର୍ଶାଯାଇଛି , ତାଙ୍କୁ ଗିରଫ କରିବାର ଦେଢ ବର୍ଷ ହୋଇଗଲାଣି । ସେ ଜେଲରେ ନିଜର ସଜା କାଟୁଛନ୍ତି ।

ପାର୍କ ଷ୍ଟ୍ରିଟ୍ ରେପ୍ ରେ ଆରୋପୀ ଭାବରେ ପୁଲିସର ୱେବସାଇଟରେ ଯେଉଁ ବ୍ୟକ୍ତିଙ୍କର ନାମ ରହିଛ ତାଙ୍କୁ ପୂର୍ବରୁ ଗିରଫ କରାଯାଇସାରିଛି ।  ଆରୋପି କାଦର ଖାନଙ୍କୁ ଡେସେମ୍ବର  ୨୦୧୬ରେ ଦିଲ୍ଲୀରେ ଗିରଫ କରି ନିଆଯାଇଥିଲା । କାଦର ଙ୍କର ନାମ ଏବେ ବି ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ରହିଛି ।  ଯାହାଙ୍କୁ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇଥିଲା । ଖାଲି ଏତିକି ନୁହେଁ , ଜଣେ ପଳାତକ ଆତଙ୍କୀର ନାଁ ମଧ୍ୟ ମୋଷ୍ଟ ୱାଂଟେଡ୍ ଲିଷ୍ଟରେ ରହିଛି ।  ଏହାକୁ କିଛି ମାସ ପୂର୍ବରୁ ଗିରଫ କରାଯାଇଅଛି ।  ଲସ୍କର ଆତଙ୍କୀ ଶେଖ୍ ଅବଦୁଲ୍ ନଇମକୁ ଗତ ବର୍ଷ ନଭେମ୍ବରରେ ଗିରଫ କରାଯାଇଥିଲା । କିନ୍ତୁ କୋଲକତା ପୁଲିସ୍ ର ୱେବସାଇଟରେ ଏବେ ବି ସେ ମୋଷ୍ଟ ୱାଂଟେଡ୍ । ତାକୁ ୧୦ ବର୍ଷ ପୂର୍ବରୁ ପଶ୍ଚିମ ବଙ୍ଗଳା ସିଆଇଡି ଓ କୋଲକତା ସ୍ପେଶାଲ ଟିମ୍  ଗିରଫ କରିନେଇଥିଲା । କିନ୍ତୁ ୨୦୧୪ରେ ସେ  ମହାରାଷ୍ଟ୍ର ପଳାଇଥିଲା । ଲମ୍ବା ଯାଂଚ ପରେ  ଗତ ବର୍ଷ  ନଭେମ୍ବର ରେ ଅବଦୁଲକୁ ସେତେବେଳେ ଗିରଫ କରାଯାଇଥିଲା  , ଯେତେବେଳେ ସେ ବଙ୍ଗଳାଦେଶରୁ ଆସି ଭାରତରେ ବୁଲିବାର ଚେଷ୍ଟା କରୁଥିଲା ।

( ସୌଜନ୍ୟ- ନବଭାରତ ଟାଇମ୍ସ)