ଉପରାଷ୍ଟ୍ରପତି ଦୌଡ଼ରେ ଗୋପାଳକୃଷ୍ଣ ଗାନ୍ଧୀ ! ‘ବନ୍ଧୁ’ଙ୍କ ପାଇଁ ଦ୍ୱନ୍ଦ୍ୱରେ ନବୀନ

37

କନକ ବ୍ୟୁରୋ : ଉପରାଷ୍ଟ୍ରପତି ଦୌଡ଼ ପାଇଁ ଅଙ୍କକଷା । ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ କେଉଁ ଦଳ ସମର୍ଥନ କରିବ ତାକୁ ନେଇ ଆରମ୍ଭ ହୋଇଛି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଭିତରେ ଛକାପଞ୍ଜା । ଗୋପାଳକୃଷ୍ଣ ଗାନ୍ଧୀ ବିରୋଧୀ ଦଳର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଏବେ ବିଜେଡି କ’ଣ କରିବ ତା ଉପରେ ନଜର । କାହିଁକି ନା’ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ନିଜର ବନ୍ଧୁ ବୋଲି କହିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ଏବେ ନଜର ଏନଡ଼ିଏର ଉପରାଷ୍ଟ୍ରପତି ପ୍ରାଥୀଙ୍କ ଉପରେ ।

ଗୋପାଳକୃଷ୍ଣଙ୍କୁ ସମର୍ଥନ କରିବା ନେଇ ଓଡିଶାର ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି କହିଛି ଏଯାଏଁ କିଛି ନିଷ୍ପତି ନିଆଯାଇନି । ମୁଖ୍ୟମନ୍ତ୍ରୀ ଦଳୀୟ ନେତୃତ୍ୱ ସହ ଆଲୋଚନା କରି ନିଷ୍ପତି ନେବେ । ଆରପଟେ କଂଗ୍ରେସ କହୁଛି ଏଥିରୁ ଜଣାପଡିବ ବିଜେଡିର ସମାନ ଦୂରତା ଫଣ୍ଡା । ସେପଟେ ବିଜେପି କହିଛି ତରବରିଆ ଭାବେ କଂଗ୍ରେସ ତାଙ୍କୁ ଚୟନ କରିଛି ।