କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ନବୀନଙ୍କ ଆଲୋଚନା ଚର୍ଚ୍ଚାକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ !

25

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ କସରତ ଜୋରଦାର ହୋଇଛି । ଆସନ୍ତା ୨୪ ସୁଦ୍ଧା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବୋଲି ବରିଷ୍ଠ ମନ୍ତ୍ରୀ ଭେଙ୍କେୟା ନାଇଡୁ ସଙ୍କେତ ଦେଇସାରିଛନ୍ତି । ଏଭଳି ସ୍ଥିତିରେ ବିଜେଡି କାହାକୁ ସମର୍ଥନ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ଜେଟଲୀଙ୍କ ଫୋନ ଆସିନଥିବା କଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଏ ବାବଦରେ ମୋ ସହ କେହି ଆଲୋଚନା କରିନାହାନ୍ତି । ଏନଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ।