ନବରଙ୍ଗପୁର ପେଣ୍ଡ୍ରାଣୀ ମହାବିଦ୍ୟାଳୟର ନୋଟିସ ଭାଇରାଲ। ବିନା ବୟଫ୍ରେଣ୍ଡରେ କଲେଜ ମନା।

119

କନକ ବ୍ୟୁରୋ: ବିନା ବୟଫ୍ରେଣ୍ଡରେ କଲେଜ ମନା । କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲା ଏସଭିଏମ ଅଟୋନମୋସ କଲେଜ କାନ୍ଥରେ ଏଭଳି ଏକ ଅଜବ ନୋଟିସ ମରାଯାଇଥିଲା । ପୁଣି ସେହିଭଳି ଏକ ଖବର ନବରଙ୍ଗପୁର ପେଣ୍ଡ୍ରାଣୀ ମହାବିଦ୍ୟାଳୟରୁ ଆସିଛି । ନୋଟିସରେ କଲେଜ ପ୍ରିନ୍ସିପାଲଙ୍କ ଷ୍ଟାମ୍ପ ଥିବା ବେଳେ ଦସ୍ତଖତ ମଧ୍ୟ ରହିଛି । ବିଜ୍ଞପ୍ତିଟି ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ।

ଭାଲେଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି । ଏ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କୁ ପଚାରିବାରୁ ନୋଟିସଟି ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି । ଭାଇରାଲ ହେଉଥିବା ନୋଟିସ ନମ୍ବରଟି ଗତ ଜାନୁଆରୀ ୨୬ ଓ ସରସ୍ୱତୀ ପୂଜା ପାଇଁ ଜାରି ହୋଇଥିଲା । ଯାହାକୁ କପି କରି କେହି ଦୁବୃର୍ତ ଏମିତି କରିଥିବା କଲେଜ ପ୍ରିନ୍ସିପାଲ କହିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯିବ ବୋଲି ମଧ୍ୟ କହିଛନ୍ତି କଲେଜ ଅଧ୍ୟକ୍ଷା । ତେବେ ଏଠାରେ ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁର୍ବୃତ ଯିଏ ଏଭଳି ଅଜବ ନୋଟିସକୁ ଭାଇରାଲ କରୁଛି ।