ନବରଙ୍ଗପୁର ପାଲାପଦରରେ ନିର୍ମାଣଧୀନ ପୋଲ ଭୁଷୁଡ଼ିବା ଘଟଣା । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଗିରଫ ।

25

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଷୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ନବରଙ୍ଗପୁର ପୋଲିସ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି ।

ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ସୁନାବେଡ଼ା ଇସି ଏବଂ ଇଆଇସି ସୁରେଶ ମିଶ୍ର ଘଟଣାର ତଦନ୍ତ କରୁଥିଲେ । ପରେ ଠିକାଦାର ଆଶିଷ ବିଶ୍ୱାଳ ଓ ଅନ୍ୟମାନଙ୍କ ନାଁରେ ଉମରକୋଟ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ତିନିଜଣ ଗିରଫ ଭୟରେ ଫେରାର ଥିଲେ ।